oom

ନିର୍ବାଚନ ପାଇଁ ନିୟୋଜିତ ଶିକ୍ଷକଙ୍କ ଆକସ୍ମିକ ମୃତ୍ୟୁ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ନିର୍ବାଚନ ପାଇଁ ନିୟୋଜିତ ହୋଇଥିବା ଜଣେ ଶିକ୍ଷକଙ୍କ ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ୍‌ କଲେଜ୍‌ ଓ ହସ୍‌ପିଟାଲ୍‌ରେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ୍‌ ପଟୁଆପାଲି ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ସୁଶୀଳ କୁମାର ଆଚାର୍ଯ୍ୟ(୪୦) ନିର୍ବାଚନ ଡ୍ୟୁଟି କରିବାକୁ ଆଜି ଟିଟିଲାଗଡ଼ ଡିଏଭି କଲେଜ୍‌ ପରିସରରେ ପହଂଚିଥିବା ବେଳେ ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସଇଁତଲା ବ୍ଲକ୍‌ର ଯୁବାମାଲ ସରକାରୀ ୟୁଜି ଏଚ୍‌ଏସ୍‌ ମତଦାନ କେନ୍ଦ୍ରରେ ତୃତୀୟ ପୁଲି ଅଧିକାରୀ ଭାବେ ସେ ଯୋଗ ଦେବାର ଥିଲା । ଅପରାହ୍ନରେ ଡିଏଭି କଲେଜ୍‌ ପରିସରରୁ ଶିକ୍ଷକ ଶ୍ରୀ ଆଚାର୍ଯ୍ୟ ବାହାରିବା ପୂର୍ବରୁ ହଠାତ୍‌ ଅସୁସ୍ଥ ହୋଇପଡ଼ିଥିଲେ । ତାଙ୍କୁ ତୁରନ୍ତ ଟିଟିଲାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଆହୁରି ଗୁରୁତର ହେବାରୁ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ୍‌ କଲେଜ୍‌ ଓ ହସ୍‌ପିଟାଲକୁ ପଠାଯାଇଥିଲା । ତେବେ ବଲାଙ୍ଗିର ମେଡ଼ିକାଲ୍‌ରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଲୋଇସିଂହା ଥାନା ଅନ୍ତର୍ଗତ ବକ୍‌ଟି ଗାଁର ନିବାସୀ ସୁଶୀଳଙ୍କ ଏଭଳି ଆକସ୍ମିକ ମୃତ୍ୟୁ ସାରା ବଲାଙ୍ଗିର ଜିଲ୍ଲାରେ ଚହଳ ପକାଇ ଦେଇଛି । ଲୋଇସିଂହା ପୋଲିସ ଘଟଣାର ତଦନ୍ତ କରୁଥିବା ସୂଚନା ରହିଛି ।

jittmm
Leave A Reply

Your email address will not be published.