oom

ଶ୍ରଦ୍ଧାଞ୍ଜଳୀ ସଭା

jsmm

ଟିଟିଲାଗଡ, (କେପିଏନ୍‌ଏସ୍‌) : ସ୍ୱର୍ଗତ ରାଧାକୃଷ୍ଣ ପଟ୍ଟନାୟକ ଜଣେ ନାଟ୍ୟକାର, ଗାଳ୍ପିକ, କବି, ଶିଶୁ ସାହିତ୍ୟିକ ଏବଂ ଗୀତିକାର ଭାବରେ ଦୀର୍ଘ ପାଂଚ ଦଶନ୍ଧି ଧରି ଓଡିଆ ଓ କୋସଲି ଭାଷାକୁ ଋଦ୍ଧିମନ୍ତ କରିଛନ୍ତି । ସେ ଜଣେ ଆଗ ଧାଡିର ଆକାଶବାଣୀ ଓ ଦୂରଦର୍ଶନ ଶିଳ୍ପୀ ଥିଲେ । ତାଙ୍କ ରଚିତ ନିକିତି, ଶେଷ ଗଳ୍ପ, ବାଘ୍ ମାମୁଁ , ଗୀତ୍ ମାଲା, ବୃନ୍ଦଗୀତି, ପ୍ରୀତିଗୀତି, ବିଭୁଗୀତ, ଦେଶାତ୍ମବୋଧକ ଗୀତ’ଆଦି ପ୍ରକାଶିତ ହୋଇ ବେଶ୍ ପାଠକୀୟତା ଲାଭ କରିଛି । ଏବେ ତାଙ୍କର ଅବର୍ତ୍ତମାନରେ ସାହିତ୍ୟ କ୍ଷେତ୍ରରେ ଏକ ଶୂନ୍ୟ ସ୍ଥାନ ସୃଷ୍ଟି ହୋଇଛି ବୋଲି ଦିବଂଗତଙ୍କ ଶ୍ରଦ୍ଧାଞ୍ଜଳୀ ସଭାରେ ଉପସ୍ଥିତ ସାହିତ୍ୟ ପ୍ରେମୀଗଣ ନିଜନିଜ ବକ୍ତବ୍ୟ ରଖିଛନ୍ତି । ସ୍ଥାନୀୟ ମନ୍ଦିର ପରିସରରେ ସାହିତ୍ୟ ସଂସ୍କୃତି ଓ କୋସଲି ଭାଷା ସୁରକ୍ଷା ସମିତିର ଆବାହକତ୍ୱରେ ଆୟୋଜିତ ସଭାରେ କୋସଲି ସାଂସ୍କୃତିକ ମହାଯୋଟ,ସମ୍ବାଦ ସାହିତ୍ୟ ଘର, ପ୍ରମୁଖ ଅନୁଷ୍ଠାନର ଜ୍ୟୋତି ପ୍ରକାଶ ଗଡତ୍ୟା, ଭିକାରୀ ଚରଣ ମିଶ୍ର, ଟିକେଲାଲ ବେହେରା, ସଂଜୟ ଅଗସ୍ତି, ରାଜୀବ ଲୋଚନ ପାଢୀ, ଜଗନ୍ନାଥ ପଣ୍ଡା, ଯୁଗଳ କିଶୋର ଷଡଙ୍ଗୀ, ବନମାଳୀ ଦାଶ, ପ୍ରମୋଦ କୁମାର ପାଲ, ଚିତ୍ତ ରଂଜନ ଚାଂଦ, ପଂଚାନନ ତାଣ୍ଡି, ଦୁର୍ଗା ପ୍ରସାଦ ସାହୁ, ମୋହନ, ପୂର୍ଣ୍ଣ ଚନ୍ଦ୍ର ସାହୁ, ନୀଳମଣି ସାହୁ, ସୁଶାନ୍ତ ବାଗ, ଇଂ. ଅନିରୁଦ୍ଧ ସାହୁ ଏବଂ ପରିବାରର ସଦସ୍ୟ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ଏହି କ୍ରମରେ ଦିବଂଗତ ଆତ୍ମାଙ୍କ ଶାନ୍ତି ପ୍ରଦାନ ନିମନ୍ତେ ନୀରବ ପ୍ରାର୍ଥନା କରାଯାଇଥିଲା ।

jittmm
Leave A Reply

Your email address will not be published.