ପ୍ରଚଣ୍ଡ ଖରାରେ କୁଲୁତା ସମାଜ କଲା ରକ୍ତଦାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ ସାଲେପାଲି ଗ୍ରାମର ରୁପା ଭୋଇ ଡେଲିଭରି ୱାର୍ଡରେ ଚିକିତ୍ସୀତ ହୋଇଥିବା ବେଳେ ବଲାଙ୍ଗିର ବ୍ଲକ ସିନ୍ଦୁରବାହାଲ ଗ୍ରାମର ରେଖା ପ୍ରଧାନ ଅସୁସ୍ଥ ହୋଇ ହସ୍‌ପିଟାଲ୍‌ରେ ଚିକିତ୍ସୀତ ହେଉଛନ୍ତି । ପ୍ରଚଣ୍ଡ ଖରା ସମୟରେ ଲୋକେ ରକ୍ତଦାନ ପାଇଁ ପଛଘୁଞ୍ଚା ଦେଉଥିବା ହେତୁ ରୋଗିମାନେ ରକ୍ତ ପାଇବାରୁ ବଂଚିତ ହେଉଛନ୍ତି । ଖବରଟି ଶେଷରେ ବଲାଙ୍ଗିର ଜିଲ୍ଲା କୁଲୁତା ସମାଜକୁ ପହଞ୍ଚି ଥିଲା । ଖବର ପାଇବା ମାତ୍ରେ ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜର ସକ୍ରିୟ ସଦସ୍ୟ ଗୋପାଲ ପ୍ରଧାନ ଓ ଦିପକ ପ୍ରଧାନ ଭିମ ଭୋଇ ମେଡିକାଲ୍‌ ରକ୍ତ ଭଣ୍ଡାରକୁ ଆସି ଦୁଇଟି ଜୀବନ ବଂଚାଇଥିଲେ । ରକ୍ତଦାନ ସମୟରେ ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ସଭାପତି ଅସିମ କୁମାର ଭୋଇ ଓ ଅନଙ୍ଗ ଭୋଇ ଉପସ୍ଥିତ ଥିଲେ । ଯୁବ କୁଲୁତା ସମାଜର ଏଭଳି କାର୍ଯ୍ୟକ୍ରମକୁ ବିଭିନ୍ନ ମାହୋଲରେ ପ୍ରଶଂସା କରାଯାଇଛି ।

Leave A Reply

Your email address will not be published.