ଟ୍ରମ୍ପ୍ ଅଡ଼ିଓକୁ ନେଇ ଆମେରିକାରେ ବୋବାଲ୍‌ : ନର୍ବାଚନ ଫଳାଫଳ ପରିବର୍ତ୍ତନ ପାଇଁ ନିର୍ବାଚନ ଅଧିକାରୀଙ୍କ ଉପରେ ଚାପ ପକାଯାଇଥିଲେ

ୱାଶିଂଟନ : ଏକ ଅଡିଓ ଭାଇରାଲ୍‌ ହେବାରେ ଲାଗିଛି, ଯାହାକୁ ନେଇ ବୋବାଲ୍‌ ହୋଇଛି ଆମେରିକାରେ । ଅଭିଯୋଗ ହୋଇଛି ଯେ, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜର୍ଜିଆର ନିର୍ବାଚନ ଅଧିକାରୀଙ୍କୁ ଫୋନ୍ କରି ନିର୍ବାଚନ ଫଳାଫଳକୁ ପରିବର୍ତ୍ତନ କରିବାକୁ ଚାପ ପକାଇଥିଲେ । ଏହି ଅଡିଓ ଭାଇରାଲ ହେବା ପରେ ଆମେରିକାର ରାଜନୀତିରେ ମୃଦୁ ଭୂକମ୍ପ ଘଟିଛି ଏବଂ ଏହାକୁ ୱାଟରଗେଟ୍ ଦୁର୍ନୀତି ସହିତ ତୁଳନା କରାଯାଉଛି ।

ଡୋନାଲ୍ଡ ଟ୍ରମ୍ପଙ୍କ ଏକ ଟେପ୍ ସାମ୍ନାକୁ ଆସିଛି, ଯେଉଁଥିରେ ଟ୍ରମ୍ପ ଜର୍ଜିଆର ବୈଦେଶିକ ସଚିବ ତଥା ରିପବ୍ଲିକାନ୍ ନେତା ବ୍ରାଡ ରଫେନ୍ସପର୍ଜରଙ୍କୁ ନିର୍ବାଚନ ଫଳାଫଳ ପରିବର୍ତ୍ତନ କରିବାକୁ ଚାପ ପକାଇଥିଲେ । ଟ୍ରମ୍ପ କହୁଛନ୍ତି, ମୁଁ ଚାହୁଁଛି ତୁମେ ଏହା କର । ମୁଁ କେବଳ ୧୧,୭୮୦ ଭୋଟ୍ ଚାହୁଁଛି ।

Leave A Reply

Your email address will not be published.