jsm

ଖପ୍ରାଖୋଲରେ ବିଶ୍ୱ ରେଡ୍‌କ୍ରସ୍‌ ଦିବସ

csstore

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବାତ୍ୟା, ବନ୍ୟା, ଭୂମିକମ୍ପ, ସୁନାମୀ ଆଦି ପ୍ରାକୃତିକ ବିପର୍ଯ୍ୟୟ ତଥା ମହାମାରୀ ଆଦି ବିପଦ ସମୟରେ ରେଡ୍‌କ୍ରସ୍‌ ଠିଆ ହୋଇଥାଏ । ଅସହାୟ ଦୁର୍ଗତ ମାନବକୁ ସହାୟତାର ହାତ ବଢାଇବା ସହିତ ସେମାନଙ୍କ ମୁହଁରେ ହସ ଫୁଟାଇଥାଏ । ଛାତ୍ରଛାତ୍ରୀମାନେ ପାଠ ପଢା ସହିତ ସେବା କାର୍ଯ୍ୟକରି ମଣିଷର ହୃଦୟକୁ ଜୟ କରିବା ପାଇଁ ଆଗେଇ ଆସିବାକୁ ବିଶ୍ୱ ରେଡ୍‌କ୍ରସ୍‌ ଦିବସ ପାଳନ ଅବସରରେ ଅତିଥିମାନେ ଆହ୍ୱାନ ଦେଇଛନ୍ତି । ଖପ୍ରାଖୋଲ ସ୍ଥିତ ହରିଶଙ୍କର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଯୁବ ରେଡ୍‌କ୍ରସ୍‌ ଆନୂକୁଲ୍ୟରେ ବିଶ୍ୱ ରେଡ୍‌କ୍ରସ୍‌ ଦିବସ ବିଦ୍ୟାଳୟ ପରିସରରେ ବୁଧବାର ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ଅଧ୍ୟକ୍ଷ ତଥା ଯୁବ ରେଡ୍‌କ୍ରସ୍‌ ପରାମର୍ଶଦାତା ବଳଭଦ୍ର ଦାଶଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ଖପ୍ରାଖୋଲ ଥାନା ଅଧିକାରୀ ନରେନ୍ଦ୍ର ଛତର ମୁଖ୍ୟଅତିଥି, ଶିକ୍ଷାବିତ୍‌ ଅଚ୍ୟୁତାନନ୍ଦ ସାହୁ ସମ୍ମାନିତ ଅତିଥି, ଅତିରିକ୍ତ ବ୍ଲକ୍‌ ଶିକ୍ଷା ଅଧିକାରୀ ରୁଦ୍ରଦେବ ଷଡଙ୍ଗୀ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ । ସଭା ଆରମ୍ଭରେ ରେଡ୍‌କ୍ରସ୍‌ର ପ୍ରତିଷ୍ଠାତା ହେନେରୀ ଡୁନାଣ୍ଟଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯାଇ ଅତିଥିମାନେ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ । ରେଡ୍‌କ୍ରସ୍‌ ଗଠନ କରି ହେନେରୀ ଡୁନାଣ୍ଟ ଦେବାଳିଆ ହୋଇ ପଡିଥିଲେ । ତାଙ୍କର ଶେଷ ଜୀବନ ରାସ୍ତା କଡରେ କଟିଥିଲା । ହେନେରୀ ଡୁନାଣ୍ଟଙ୍କ ସେବା, ତ୍ୟାଗ ଓ ଆଦର୍ଶ ସବୁଦିନ ପାଇଁ ଅମରାକ୍ଷରରେ ଲିପିବଦ୍ଧ ହୋଇ ରହିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ସ୍ୱେଚ୍ଛାସେବୀ ତମନ୍ନା, ଜ୍ୟୋତିର୍ମୟୀ, ସ୍ୱାଗତିକା ଦେଶାତ୍ମବୋଧ ସଂଗୀତ ଗାନ କରିଥିଲେ । ରୁଷ ଏବଂ ୟୁକ୍ରେନ୍‌, ଇରାନ୍‌ ଓ ଇସ୍ରାଏଲ୍‌ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ବୈଠକରେ ଉଦ୍‌ବେଗ ପ୍ରକାଶ ପାଇଥିଲା । ଏହି ଅବସରରେ ସ୍ୱେଚ୍ଛାସେବୀମାନେ ଯୁଦ୍ଧ ନୁହେଁ, ଆମେ ଶାନ୍ତି ଚାହୁଁ ନାରା ଦେଇଥିଲେ । ହରେଶ କୁମାର ବେହେରା, ଜନାର୍ଦ୍ଦନ ସୁନା, ନନ୍ଦକିଶୋର ବାଗ, ନିରୋଜ ବାରିକ, ଗୁଣମଣି ସାହୁ, ଗୌରୀ ହଂସ, ଅର୍ଜୁନ ହାତୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଅଧ୍ୟାପକ ପ୍ରଶାନ୍ତ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ ।

yuvodaya
Leave A Reply

Your email address will not be published.