oom

ଚୁଡାପାଲି କଂଗ୍ରେସ ଅଫିସ ଉଦ୍‌ଘାଟନ କଲେ ସ୍ମାରକ ମିଶ୍ର : କଂଗ୍ରେସରେ ଯୋଗଦେଲେ ଅନେକ ବିଜେଡି ନେତା କର୍ମୀ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ବ୍ଲକ୍‌ ସ୍ଥିତ ଚୁଡାପାଲି ଠାରେ ଭାରତୀୟ ଜାତୀୟ କଂଗ୍ରେସ ଦଳର ନିର୍ବାଚନୀ କାର୍ଯ୍ୟାଳୟ ଉଦ୍‌ଘାଟନ ହୋଇଯାଇଛି । ସ୍ଥାନୀୟ ନେତୃତ୍ୱ ଘାସିରାମ ବେହେରା, ଭୁଣ୍ଡିମୁହାଣ ସରପଂଚ ଶ୍ରୀୟା ସାହୁ ଓ ଲୋକନାଥ କୁମୁରାଙ୍କ ଉପସ୍ଥିତିରେ ବିଡିସିସି ବ୍ୟାଙ୍କ ସଭାପତି ଯୁବନେତା ସ୍ମାରକ ମିଶ୍ର ଏହି କାର୍ଯ୍ୟାଳୟକୁ ଉଦ୍‌ଘାଟନ କରିଛନ୍ତି । ଏ ଅବସରରେ ତୁଷୁରାବାହାଲ ପଂଚାୟତ ଅନ୍ତର୍ଗତ ଜିରାଟମାଲର ୨୫ରୁ ଅଧିକ ବିଜେଡିର ନେତା ଓ କର୍ମୀ କଂଗ୍ରେସ ଦଳର ଆଦର୍ଶରେ ଅନୁପ୍ରାଣିତ ହୋଇ କଂଗ୍ରେସରେ ଯୋଗଦାନ କରିଛନ୍ତି । ଏହି ଦଳର ନେତୃତ୍ୱ ନେଉଥିବା ଗର୍ଜନ ଗାଁର ପରମେ ବିଶ୍ୱାଲ ସମେତ ବିକ୍ରମ ବୁଡେକ, ଆଶିଷ ନାଏକ, ଚିନ୍ତାମଣି ମେହେର, ବାରୁ ବଢିଆ, ନରୋତ୍ତମ ଜୁଏଡ, ପଦ ଧରୁଆ, ବଂଶି ଧରୁଆ, ଭୃଷବ ଧରୁଆ, ସରୋଜ ଧରୁଆ, ବିକାଶ ଜୁଏଡ, ତପି ଧରୁଆ, ଗିରିଧାମ ଜୁଏଡ, ଶିବ ଧରୁଆ, ଦଣ୍ଡଲାଲ ଧରୁଆ, ଠରୋ ଧରୁଆ, ଅଭିମନ୍ୟୁ ବଢିଆ, ଜୟ କୁମୁରା, କୈବର୍ତ୍ତ ଧରୁଆ, ଧନେଶ୍ୱର ଦିପ, ସତ୍ୟନାରାୟଣ ଧରୁଆ ପ୍ରମୁଖ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ ଗତ ୧୦ ବର୍ଷର ବିକାଶମୂଳକ କାର୍ଯ୍ୟ ଏବଂ ଯୁବନେତା ସମରେନ୍ଦ୍ର ମିଶ୍ରଙ୍କ ଦକ୍ଷତା, ଦୂରଦୃଷ୍ଟି, ଆତ୍ମିୟତା ଏବଂ ନେତୃତ୍ୱ ପ୍ରତି ଆକୃଷ୍ଟ ହୋଇ କଂଗ୍ରେସ ଦଳରେ ସାମିଲ ହୋଇଛନ୍ତି । ଏ ଅବସରରେ ବିଡିସିସି ବ୍ୟାଙ୍କ ସଭାପତି ସ୍ମାରକ ମିଶ୍ର ନୂତନ ଭାବେ ଯୋଗ ଦେଇଥିବା ନେତାମାନଙ୍କୁ ସ୍ୱାଗତ କରିବା ସହିତ ସମସ୍ତେ ମିଳିତ ହୋଇ କଂଗ୍ରେସ ଦଳ କିଭଳି ଆଗାମୀ ଦିନରେ ଆହୁରି ମଜ୍‌ବୁତ୍‌ ହୋଇ ଉଭୟ ବିଧାନସଭା ଓ ଲୋକସଭାରେ ବହୁ ପରିମାଣ ଭୋଟରେ ବିଜୟୀ ହେବ ବୋଲି କହିଛନ୍ତି । ଆଜିର ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ବିଜୟ ମହଲା, ମନୋଜ ପଟେଲ, କାର୍ତ୍ତିକ ସାହୁ, ଲମ୍ବୋ ପଟେଲ, ରାଜୁ ଦୀପ ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.