ଦୁଷ୍କର୍ମ ପାଇଁ ପତ୍ନୀଙ୍କୁ ଉଠାଇ ନେଉଥିବା ବେଳେ ବଂଚାଇବାକୁ ଚେ‌ଷ୍ଟା କରିଥିବା ସ୍ୱାମୀ ଅସାମାଜିକଙ୍କ ଆକ୍ରମଣରେ ଗୁରୁତର

ଇନ୍ଦୋର : ମଧ୍ୟପ୍ରଦେଶର ଇନ୍ଦୋର ସହରରେ ଜଣେ ଆହତ ବ୍ୟକ୍ତି ଶନିବାର ରାତିରେ ବାରବାଣୀରୁ ଏମ୍‌ୱାଏ ଡାକ୍ତରଖାନାରେ ଚିକି‌ତ୍ସା ପାଇଁ ପହଞ୍ଚିଥିଲେ, ଯାହାଙ୍କ ମୁଣ୍ଡରେ ତୀର ଲଗିଥିଲା । ଆହତ‌ଙ୍କ କହିବା ଅନୁସାରେ, ତାଙ୍କ ପତ୍ନୀଙ୍କୁ ବଳାତ୍କାର କରିବାକୁ ଅସାମାଜିକମାନେ ଅପହରଣ କରି ନେଉଥିଲେ । ଯେତେବେଳେ ସ୍ୱାମୀ ଏହାକୁ ବିରୋଧ କରିଥିଲେ, ଦୁଷ୍କର୍ମକାରୀମାନେ ତାଙ୍କୁ ତୀର ଦ୍ୱାରା ଆକ୍ରମଣ କରିଥିଲେ, ଯେଉଁଥିରେ ସେ ଗୁରୁତର ଆହତ ହୋଇଥିଲେ । ପରିବାର ଲୋକ ଆହତଙ୍କୁ ହସ୍ପିଟାଲକୁ ଚିକିତ୍ସା ପାଇଁ ଆଣିଥିଲେ, ଯେଉଁଠାରେ ତାଙ୍କ ମୁଣ୍ଡର ଅପରେସନ୍ କରିବା ପରେ ତୀର ବାହାର କରାଯିବ ।

ସୂଚନାନୁସାରେ, ଆହତଙ୍କ ନାମ ଶେର ସିଂ । ଶେର ସିଂ ମୂଳତଃ ବାରୱାନି ଜିଲ୍ଲାର ବାଲଖାଡି ଗାଁର । ପରିବାର ଅଭିଯୋଗ କରିଛନ୍ତି ଯେ, ଶନିବାର ଦିନ ଭାରତ ଏବଂ କାନହୟା ସେମାନଙ୍କ କିଛି ସାଥୀଙ୍କ ସହ ଆସି ଶେର ସିଂଙ୍କ ପତ୍ନୀଙ୍କୁ ଉଠାଇ ନେବାକୁ ଆରମ୍ଭ କରିଥିଲେ । ଅଭିଯୋଗ ହୋଇଛି ଯେ. ଯେତେବେଳେ ଶେର ସିଂ ତାଙ୍କ ପତ୍ନୀଙ୍କୁ ବଂଚାଇବାକୁ ଆସିଥିଲେ, ଅସାମାଜିକମାନେ ତାଙ୍କୁ ପ୍ରଚୂର ମାଡ଼ ମାରିଥିଲେ ଓ ତୀର ମାରିଥିଲେ । ତାଙ୍କ ଆକ୍ରମଣରେ ଶେର ସିଂଙ୍କ ମୁଣ୍ଡରେ ଏକ ତୀର ପଶି ଯାଇଥିଲା । ଆକ୍ରମଣ ପରେ ଅସାମାଜିକ ମାନେ ଖସି ପଳାଇଥିଲେ ।

ଆହତଙ୍କ ପରିବାର ସଦସ୍ୟ ପ୍ରଥମେ ବାରୱାନୀରେ ପହଞ୍ଚିଥିଲେ । ଏହା ପରେ ଆହତ‌ଙ୍କ ଅବସ୍ଥା ଦେଖି ତାଙ୍କୁ ଇନ୍ଦୋରକୁ ନେଇଗଲେ । ବର୍ତ୍ତମାନ ଆହତଙ୍କୁ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ଦିଆଯାଉଛି । ଡାକ୍ତର ଏହି ଅପରେସନ୍ କରିବେ ଏବଂ ମୁଣ୍ଡରେ ଲାଗିଥିବା ତୀରକୁ ବାହାର କରିବେ । ଏଥି ସହିତ ସୂଚନା ପାଇବା ମାତ୍ରେ ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଖୋଜିବା ଆରମ୍ଭ କରିଛି ।

Leave A Reply

Your email address will not be published.