csstore

ବିଜେଡ଼ି ପାଇଁ ଡୋର୍‌ ଟୁ ଡୋର୍‌ ବୁଲି ସମର୍ଥନ ଲୋଡ଼ିଲେ ଅନଙ୍ଗ ଉଦୟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ପ୍ରାର୍ଥୀମାନଙ୍କ ପ୍ରଚାର ମଧ୍ୟ ବଲାଙ୍ଗିର ସହରରେ ବେଶ୍‌ ପ୍ରଖର ହେବାରେ ଲାଗିଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସତ୍ୱେ ଖରାକୁ ଖାତିର୍‌ ନକରି ବିଜେଡ଼ିର ବରିଷ୍ଠ ନେତା, ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ ବିଜେଡ଼ି ପାଇଁ ବଲାଙ୍ଗିର ସହରରେ ଡୋର୍‌ ଟୁ ଡୋର୍‌ ବୁଲି ସମର୍ଥନ ଲୋଡ଼ିଛନ୍ତି । ତାଙ୍କ ସହ ବଲାଙ୍ଗିର ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ଏବଂ ଶହ ଶହ ବିଜେଡ଼ି ନେତା କର୍ମକର୍ତ୍ତାମାନେ ମଧ୍ୟ ସାମିଲ୍‌ ଥିବା ଦେଖିବାକୁ ମିଳିଛି । ବିଜେଡ଼ିର ସାଂସଦ ପ୍ରାର୍ଥୀ ସୁରେନ୍ଦ୍ର ସିଂ ଭୋଇ ଏବଂ ବିଜେଡ଼ିର ବିଧାୟକ ପ୍ରାର୍ଥୀ କଳିକେଶ ନାରାୟଣ ସିଂହଦେଓଙ୍କ ପାଇଁ ଜନତା ଜନାର୍ଦ୍ଦନଙ୍କଠାରୁ ଭୋଟ୍‌ ଭିକ୍ଷା କରାଯାଉଥିବା ବେଳେ ବିଜେଡ଼ି ପ୍ରାର୍ଥୀଙ୍କ ପ୍ରତି ବଲାଙ୍ଗିରବାସୀଙ୍କ ଢେ଼ର୍‌ ସମର୍ଥନ ରହିଥିବା ପୂର୍ବତନ ମନ୍ତ୍ରୀ ଶ୍ରୀ ସିଂହଦେଓ କହିଛନ୍ତି । ବଲାଙ୍ଗିରରେ ଆଗାମୀ ମେ’ ମାସ ୨୦ ତାରିଖ ଦିନ ମତଦାନ ହେବାକୁ ଥିବା ବେଳେ ଏବେଠୁ ନିର୍ବାଚନ ମଇଦାନରେ ଘମାଘୋଟ ପ୍ରଚାର ଦେଖିବାକୁ ମିଳୁଛି ।

jayashree
Leave A Reply

Your email address will not be published.