pakka

ଶ୍ରେଣୀଗୃହ ନିର୍ମାଣରେ ଅନିୟମିୟତା ଅଭିଯୋଗ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ୍‌ ଡ଼ଙ୍ଗାଘାଟ ପଞ୍ଚାୟତ ଅନ୍ତର୍ଗତ ପୁଢେରଖାର ଗ୍ରାମ ସ୍କୁଲରେ ଅତିରିକ୍ତ ଶ୍ରେଣୀ ଗୃହ ନିର୍ମାଣ ନିମନ୍ତେ ସାତ ଲକ୍ଷ ଟଙ୍କା ଅନୁଦାନ କରିଛନ୍ତି । ସରକାର କିନ୍ତୁ ଶ୍ରେଣୀଗୃହ ନିର୍ମାଣରେ ଅନିୟମିୟତା ହୋଇଥିବା ଗ୍ରାମବାସୀ କହିଛନ୍ତି । ନୂତନ ଗୃହ ନିର୍ମାଣ ନିମନ୍ତେ ଯେତିକି ବାଲିରେ ସିମେଣ୍ଟ ଦେବା ଜରୁରୀ ଅଟେ ତାହା ଦିଆଯାଇନାହିଁ ଏବଂ ନିର୍ମାଣ ଦିନରୁ ବୁନ୍ଦାଏ ମଧ୍ୟ ପାଣି ଦିଆଯାଇନାହିଁ । କିଭଳି ଏପରି ଯନ୍ତ୍ରୀ ଓ ଠିକାଦାରମାନଙ୍କର ମଧୁଚନ୍ଦ୍ରିକା ଯୋଗୁଁ ସରକାରଙ୍କର ରାଜକୋଷରୁ ଲକ୍ଷ ଲକ୍ଷ ଟଙ୍କା ପାଣିରେ ବହିଯାଉଛି ତାହା ପ୍ରଶାସନ ଜାଣି ପାରୁନାହାନ୍ତି ଯେଉଁ ଗୃହରେ ପଢିବାକୁ ଆସିବାକୁ ଥିବା ଛାତ୍ରଛାତ୍ରୀ ବସିବାକୁ ଆସିବେ ଏପରି ବେପରୁଆ ଠିକାଦାର ଓ ଯନ୍ତ୍ରୀଙ୍କର ପାଇଁ କେତେ ବେଳେ ଯଦି ଛାତ୍ରଛାତ୍ରୀ ମାନଙ୍କର ପ୍ରାଣହାନି ହେବ କେବେହେଲେ ଜାଣିହେବ ନାହିଁ ଯଦି ନିର୍ମାଣଧୀନ ଗୃହ ଯଦି ଭୁଶୁଡିପଡ଼େ, ତାହା ହେଲେ ସମ୍ପୃକ୍ତ ଠିକାଦାର, କିମ୍ବା ଯନ୍ତ୍ରୀ ଦାୟି ରହିବେ ଏଣୁ ତୁରନ୍ତ ସ୍କୁଲର ନୂତନ ନିର୍ମାଣଧୀନ କୋଠାରମାନ ଯାଞ୍ଚ କରିବାକୁ ଜିଲ୍ଲା ପ୍ରଶାସନ କିମ୍ବା ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀ ଉଚିତ୍‌ ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବୀ କରିଛନ୍ତି ।

jay balangir
Leave A Reply

Your email address will not be published.

two × 5 =

error: Content is protected !!