ପୁରୀ : ଆସନ୍ତାକାଲି ଠୁ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ । ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ନୂଆବର୍ଷରେ ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । ସମୀକ୍ଷା କରିବା ପରେ କ୍ରିଷନ କୁମାର କହିଛନ୍ତି, ୩ ତାରିଖରୁ ଦୈନିକ ପ୍ରାୟ ୧୫ରୁ ୧୭ ହଜାର ଶ୍ରଦ୍ଦ୍ଧାଳୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିପାରିବେ । ଏଥିରେ କୌଣସି ସମସ୍ୟା ହେବ ନାହିଁ । ମୁଖ୍ୟ ପ୍ରଶାସକ କ୍ରିଷନ କୁମାର କହିଛନ୍ତି, ଫେବୃଆରି ମାସରୁ ଦର୍ଶନ ବ୍ୟବସ୍ଥାକୁ ଆହୁରି କୋହଳ କରାଯିବ ।