୨୬୪ତମ ପରମ ପୂଜ୍ୟ ସନ୍ଥ ଶିରୋମଣୀ ଗୁରୁ ଘାସି ଦାସ ବାବାଙ୍କ ଜନ୍ମ ଜୟନ୍ତୀ ସମାରୋହ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ): ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସଦରରେ ଥିବା ସତନାମୀ ନଗର ଠାରେ ଆଜି ସତନାମୀ ସମାଜ ବଙ୍ଗୋମୁଣ୍ଡା ପକ୍ଷରୁ ୨୬୪ତମ ସନ୍ଥ ଶିରୋମଣୀ ପରମ ପୂଜ୍ୟ ଗୁରୁ ଘାସି ଦାସ ବାବାଙ୍କ ଜନ୍ମ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ପନ୍ଥି ନୃତ୍ୟ ଦ୍ୱାରା ବିରାଟ ଶୋଭାଯାତ୍ରା ବାହାରି ବଙ୍ଗୋମୁଣ୍ଡା ଆମ୍ବେଦକଙ୍କ ପ୍ରତିମୂର୍ତ୍ତି ଠାରେ ମାଲ୍ୟାର୍ପଣ କରାଯିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଆୟୋଜିତ ସାଧାରଣ ସଭାରେ ସତନାମୀ ସମାଜ ଜିଲ୍ଲା ସଭାପତି ତଥା ରାଜ୍ୟ ଉପସଭାପତି ହରିରାମ ସତନାମୀଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସତନାମୀ ସମାଜ ସଭାପତି ଜ୍ୟୋତିଲାଲ ବଞ୍ଜାରେ, ମୁଖ୍ୟବକ୍ତା ଭାବେ ଯୁବ ଶିକ୍ଷକ ମୋହନ ଭୋଇ, ସମ୍ମାନୀୟ ଅତିଥି ଭାବେ ପ୍ରେମଚନ୍ଦ ତାଣ୍ଡି, ଲେଖଚନ୍ଦ୍ର ଛୁରା, ପୃଥିବୀ କୁମାର ବାଗ, ଦିବାକର ବାଗ, ମନୋଜ ଭରାସଗ୍ରିଆ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ସତନାମୀ ସମାଜର ଏକତା, ସଂଗଠନ, ଶିକ୍ଷା, ଅନ୍ଧବିଶ୍ୱାସ ଓ କୁସଂସ୍କାର ସଂପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା । ସତନାମୀ ସମାଜର ଉତ୍ପତି, ସତନାମ ଧର୍ମ ଓ ସତନାମୀ ମାନଙ୍କର ଧର୍ମସ୍ଥଳୀ ଛତିଶଗଡ ସ୍ଥିତ ଗିରୋଧ ପୁରୀଧାମ ଉପରେ ଆଲୋକପାତ କରାଯାଇଥିଲା । ବାହାର ରାଜ୍ୟରେ ଯେପରି ୧୮ ଡିସେମ୍ବରକୁ ଗୁରୁ ଘାସି ଦାସ ବାବାଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷେ ଛୁଟି ଘୋଷଣା କରାଯାଇଛି ଠିକ ଓଡିଶାରେ ମଧ୍ୟ ଛୁଟି ଘୋଷଣା କରିବାକୁ ସଭାରେ ଦାବି ଉଠିଥିଲା । ସ୍ୱେତ ଛଣ୍ଡାର ଆରୋହଣ ପାଇଁ କର୍ତ୍ତା ଭାବେ ମିନିକେତନ ସତନାମୀ ଓ ତାଙ୍କ ଧର୍ମପତ୍ନୀ ଜୟମନୀ ସତନାମୀଙ୍କୁ ଦାୟିତ୍ୱ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁରଲୀ ସତନାମୀ, ଧନେଶ୍ୱର ସତନାମୀ, ଭୈରବ ସତନାମୀ, ଶିବପ୍ରସାଦ ସତନାମୀ, ପିଣ୍ଟୁ ସତନାମୀ, ମାନସୀ ସତନାମୀ, ବାବା ସତନାମୀ, ଜିତୁ ସତନାମୀ, ବୁଟୁଲୁ ସତନାମୀ ଓ ବାସୁଦେବ ସତନାମୀ ପ୍ରମୁଖ ସହ ଯୋଗ କରିଥିଲେ । ବଲାଙ୍ଗିର ଜିଲ୍ଲା ସମେତ ନୂଆପଡା, କଳାହାଣ୍ଡି, ନବରଙ୍ଗପୁର, ସମ୍ବଲପୁର ଜିଲ୍ଲାର ପ୍ରମୁଖ କର୍ମକର୍ତ୍ତା ମାନେ ସାମିଲ ହୋଇଥିଲେ ।

Leave A Reply

Your email address will not be published.