ଚନ୍ଦନଭାଟିରେ ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ମହୋତ୍ସବ

ଚନ୍ଦନଭାଟି, (ରାଜେଶ ଦଣ୍ଡସେନା) : ବଲାଙ୍ଗିର ସଦରବ୍ଲକ ଅନ୍ତର୍ଗତ ଚନ୍ଦନଭାଟି ପଞ୍ଚାୟତର ଚନ୍ଦନଭାଟୀ ଗ୍ରାମରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ମହୋତ୍ସବର କଲସ ଯାତ୍ରା ଅଧିବାସ ଉଦ୍‌ଘାଟିତ ହୋଇଯାଇଛି । ଏଥିରେ ଦୁଇ ହଜାରରୁ ଅଧିକ ମହିଳା ଯୋଗଦାନ କରି କଲସ ଧରି ମଣ୍ଡପକୁ ଆସିଥିଲେ । ମୁଖ୍ୟ ଆଚାର୍ଯ୍ୟ ପଣ୍ଡିତ ରାଜୀବ ଲୋଚନ ପଣ୍ଡାଙ୍କ ସହ ଅନ୍ୟ ପୂଜକଗଣ ସହଯୋଗ କରିଥିଲେ । ମନ୍ଦିର ପ୍ରତିଷ୍ଠା କମିଟିର ସଭାପତି ରାମଚନ୍ଦ୍ର ପ୍ରଧାନ, ସଂପାଦକ ଅଶ୍ୱିନୀ ଖମାରୀ, କୋଷାଧ୍ୟକ୍ଷ ପ୍ରଭୁଦତ୍ତ ପ୍ରଧାନଙ୍କ ସହ ସମସ୍ତ ସଭ୍ୟ ବୃନ୍ଦ ଯୋଗଦାନ କରିଥିଲେ । ବଜରଙ୍ଗ ଦଳର ସମସ୍ତ ସଭ୍ୟ ବୃନ୍ଦ ଗ୍ରାମବାସୀ ମଧ୍ୟ ପୂର୍ଣ୍ଣ ସହଯୋଗ କରିଥିଲେ । ଯୁବନେତା ଶ୍ରୀ ସମରେନ୍ଦ୍ର ମିଶ୍ର, ବଲାଙ୍ଗିର ସୁଦପଡାର ଘଣ୍ଟପାର୍ଟି ଦଲ ସହ ନଗର ପରିକ୍ରମାରେ ସହଯୋଗ କରିଥିଲେ । ଆସନ୍ତା କାଲି ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଅନୁଷ୍ଠିତ ହେବ ବୋଲି ଆୟୋଜକ କମିଟି ସୂତ୍ରରୁ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.