oom

ମୁରିବାହାଲ ସାପ୍ତାହିକ ବଜାରରେ ଜୈବିକ ଉତ୍ପାଦ କେନ୍ଦ୍ର ଉଦ୍‌ଘାଟିତ

jsmm

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ସାପ୍ତାହିକ ବଜାର ପରିସରରେ ଜୈବିକ ଉତ୍ପାଦ ବିକ୍ରୟ କେନ୍ଦ୍ର ମଙ୍ଗଳବାର ଦିନ ଉଦ୍‌ଘାଟିତ ହୋଇଯାଇଛି । ଏହି ଅବସରରେ ବ୍ଲକ ଭାରପ୍ରାପ୍ତା କୃଷି ଅଧିକାରୀ ରତିକାନ୍ତ ସେଠି, ସମ୍ମାନିତ ଅତିଥି ରୂପେ ସହାୟକ କୃଷି ଅଧିକାରୀ ଅବିନାଶ ପାଣିଗ୍ରାହୀ, ଏଗ୍ରିକଲଚର ଓଭରସିଅର ମଧୁସ୍ମିତା ବାରିକ, ଏମବିକେ, ସିଆରପି, ଆଗୁଆ ଚାଷୀ, ସ୍ଥାନୀୟ ଏନ୍‌ଜିଓ, ପ୍ରମୁଖ ଯୋଗଦେଇ ଜୈବିକ ଉତ୍ପାଦକ ଖାଦ୍ୟ ପଦାର୍ଥ ପନିପରିବା ସ୍ୱାଦର ଗୁଣବତ୍ତା ଉପରେ ସଚେତନତା ବାର୍ତ୍ତା ଦେବା ସହ ପୂର୍ବରୁ ପ୍ରତ୍ୟେକ ଖାଦ୍ୟ ଜୈବିକ ଭାବରେ ଉତ୍ପାଦିତ ହେଉଥିବା ବେଳେ ମଣିଷ ଜୀବଜଗତ ମାଟି ପାଣି, ଜଳବାୟୁ ଋତୁଚକ୍ର ଠିକ ଥିଲା ହେଲେ ଅଣଜୈବିକ ପ୍ରଭାବ ପରେ ସବୁକିଛି ପ୍ରଭାବିତ ହେଉଥିବା ଅତିଥିମାନେ ମତପୋଷଣ କରିଥିଲେ । ଏହି ଅବସରରେ କେତେକ ଚାଷି ଜୈବିକ ଉପାୟରେ ଉତ୍ପାଦିତ ଶାଗ କଦଳୀ, ସଜନା, ପାତଳଘଣ୍ଟା, ମକା, ମୂଳା, ବାଇଗଣ, ଲଙ୍କା, ପିଆଜ, ଜଙ୍ଗଲ ଜାତ ଦ୍ରବ୍ୟ କ୍ଷୁଦ୍ର ଶସ୍ୟ ଆଦି ଜୈବିକ ଉତ୍ପାଦ ବିକ୍ରୟ କେନ୍ଦ୍ରଠାରେ ବିକ୍ରୟ କରିଥିବା ବେଳେ ବିଭିନ୍ନ ଜୈବିକ ମୃତ୍ତିକା ଉର୍ବରକ ପ୍ରଦର୍ଶିତ ହୋଇଥିଲା । ବିକ୍ରୟ କେନ୍ଦ୍ରରୁ ଖାଉଟି ପନିପରିବା କିଣିବା ସହ ଖୁସି ବ୍ୟକ୍ତ କରିଥିଲେ । ଏହି ଅବସରରେ ବଜାରପଡ଼ାର କବିରାଜ ବାଗ, ତପସ୍ୱିନୀ ଦୀପ, ଗୀତାଞ୍ଜଳି ସାହୁ, ଜିପିଏଲ୍‌ଏଫ୍‌ ସଦସ୍ୟା, ଜୈବିକ ଚାଷୀ, ଜନସାଧାରଣ ପ୍ରମୁଖ ଉପସ୍ଥିତ ଥିବାବେଳେ କାର୍ଯ୍ୟକ୍ରମକୁ ଏଫ୍‌ଏଏସ୍‌ ମାଷ୍ଟର ଟ୍ରେନର ଭାରତୀ ଗହୀର ପରିଚାଳନା କରିଥିଲେ।

jittmm
Leave A Reply

Your email address will not be published.