csstore

ବ୍ଲକସ୍ତରୀୟ ଆଦିବାସୀ ସାଂସ୍କୃତିକ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ସ୍ଥିତ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ପରିସରରେଠାରେ ବ୍ଲକସ୍ତରୀୟ ଆଦିବାସୀ ସାଂସ୍କୃତିକ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସ୍ଥାନୀୟ ବିଡ଼ିଓ ବିନୟ କୁମାର ଭୋଇଙ୍କ ତତ୍ୱାବଧାନରେ ବ୍ଲକ ହିସାବ ଅଧିକାରୀ ଲଛମନ ଯାନୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବ୍ଲକ ଉପାଧ୍ୟାକ୍ଷ ଗୁଣସାଗର ମାଝୀ, ଅତିରିକ୍ତ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉପେନ୍ଦ୍ର ମାଝୀ, ଜିଲ୍ଲା ପରିଷଦ ସଭ୍ୟ ପ୍ରମୋଦ ଭୋଇ, ରାଜ୍ୟସଭା ସାଂସଦଙ୍କ ପ୍ରତିନିଧି ତଥା ଆଦିବାସୀ କଲ୍ୟାଣ ସଂଘ ବ୍ଲକ ସଭାପତି ସନ୍ତୋଷ ପୁଟା, ବ୍ଲକର ବରିଷ୍ଠ କିରାଣୀ ଶ୍ରୀମତୀ ବିଷ୍ଣୁପ୍ରିୟା ମାଝୀ, ବ୍ଲକ ସୁରକ୍ଷା ସାମାଜିକ ଅଧିକାରୀ ଭାନୁପ୍ରତାପ ଭୋଇ ପ୍ରମୁଖ ମଞ୍ଚାସୀନ ଥିବାବେଳେ ଅତିଥିମାନେ ଆଦିବାସୀଙ୍କ କଳା, ସଂସ୍କୃତି, ଭାଷା ଓ ରୀତିନୀତିକୁ ବଞ୍ଚାଇ ରଖିବା ପାଇଁ ସରକାର ପ୍ରୟାସ ରଖିଛନ୍ତି ବୋଲି କହିଥିଲେ । ଉକ୍ତ ମହୋତ୍ସବ ଆସନ୍ତା ୧୦ ତାରିଖରେ ବ୍ଲକ କାର୍ଯ୍ୟାଳୟ ପରିସରରେଠାରେ ଅନୁଷ୍ଠିତ ହେବ ବୋଲି ବୈଠକରେ ସିଦ୍ଧାନ୍ତ ନିଆଯାଇଥିଲା । ଏଥିରେ କୁଇକେଡ଼ା ସରପଞ୍ଚ ଯୁଗଲାଲ ମାଝୀ, ଆଦିବାସୀ ନେତ୍ରୀ ପ୍ରମିଳା ଭୋଇ, ଉପମା ଭୋଇ, ଆଲା ଭୋଇ, କ୍ଷୀର ଭୋଇ, କଳ୍ପନା ମିର୍ଦ୍ଧା, ପ୍ରମିଳା ବୁଡ଼େକ, ଚନ୍ଦ୍ରସିଂ ମାଝୀ, ଭିକାରି ଭୋଇ, ଧନିରାମ ଭୋଇ, ଗଦା ଯାନୀ, ମୋହନ ନାଏକ ପ୍ରମୁଖ ଆଦିବାସୀ ସଦସ୍ୟମାନେ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.