csstore

ବିଜୁ ଜନତା ଦଳ ପକ୍ଷରୁ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ୧୦୮ତମ ଜୟନ୍ତୀ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ୧୦୮ତମ ଜୟନ୍ତୀ । ଏହି ଅବସରରେ ବଲାଙ୍ଗିର ବିଜୁ ଜନତା ଦଳ ପକ୍ଷରୁ ସ୍ଥାନୀୟ ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନଠାରେ ପ୍ରବାଦପୁରୁଷ ବିଜୁବାବୁଙ୍କ ପ୍ରତିମୁର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ୧୦୮ ତମ ଜନ୍ମବାର୍ଷିକୀ ପାଳନ କରାଯାଇଥିଲା । ଏଥିରେ ବଲାଙ୍ଗିର ଜିଲ୍ଲାପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଦେବକୀ ସାହୁ, ବଲାଙ୍ଗିର ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ, ପୌର ପରିଷଦ ଉପା ଧ୍ୟକ୍ଷା ଗାୟତ୍ରୀ ଭୋଇ, ଦମୟନ୍ତୀ ବାଗ, ସଂନ୍ତୋଷିନୀ କୁଅଁର, ଶମ୍ଭୁ ନାଗ, କିଶୋର କୁମ୍ଭାର, ଶତ୍ରୁଘ୍ନ ବାଗ, ପ୍ରତିମା ଛତ୍ରିଆ, ଲଲାଟେନ୍ଦୁ ପଟ୍ଟନାୟକ, ଲକ୍ଷ୍ମଣ ମେହେର, ସୁଶିଲ ଚାନ୍ଦ, କୈଳାଶ ଚନ୍ଦ୍ର ମହାନ୍ତି, କୁଳମଣି ମେହେର, ସାଗର ସଙ୍ଗମ ଶତପଥୀ, ଆଶୀର୍ବାଦ ସାହୁ, ମହେନ୍ଦ୍ର ବାଗ ପ୍ରମୁଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.