jayashree

ରାଉରକେଲା ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ ରାଉରକେଲାର ୩ ନମ୍ବର ଛାତ୍ରୀ ନିବାସର ତୃତୀୟ ବାର୍ଷିକ ଉତ୍ସବ

  • ପ୍ରକୃତ ଶିକ୍ଷା ମନୁଷ୍ୟକୁ ଜୀବନର ବିକାଶ ଦିଗରେ ସହାୟକ ହୋଇଥାଏ : ଡ. ସନାତନ ପ୍ରଧାନ

ରାଉରକେଲା, (ସସ୍ମିତା ପ୍ରଧାନ) : ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲାର ୩ ନମ୍ବର ଛାତ୍ରୀନିବାସର ତୃତୀୟ ବାର୍ଷିକ ଉତ୍ସବ ଛାତ୍ରୀନିବାସ ପରିସରରେ ପାଳିତ ହୋଇଯାଇଛି । ଛାତ୍ରୀନିବାସର ନିରୀକ୍ଷକ ଅଧ୍ୟାପକ ପ୍ରଦୀପ ଖେସ୍‌ଙ୍କ ଅଧ୍ୟକ୍ଷତା ଏବଂ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡ. ବିଜୟ କୁମାର ବେହେରାଙ୍କ ପୌରୋହିତ୍ୟରେ ଏହି କାର୍ଯ୍ୟକ୍ରମ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଶିକ୍ଷାବିତ୍‌ ତଥା ରାଉରକେଲା ମ୍ୟୁନିସିପାଲ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ସନାତନ ପ୍ରଧାନ ଯୋଗଦେଇଥିଲେ । ଡ. ପ୍ରଧାନ ତାଙ୍କ ବକ୍ତବ୍ୟରେ ପୁରାଣରୁ ବିଭିନ୍ନ ଉଦାହରଣ ମାଧ୍ୟମରେ ପ୍ରକୃତ ଶିକ୍ଷାର ଉଦାହରଣ ସହିତ ଶିକ୍ଷାର ମହତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ । ଏହା ସହିତ ଭାରତୀୟ ସଂସ୍କୃତିରେ ମହିଳା ଓ ବାଳିକାମାନଙ୍କର ମହନୀୟତା ସମ୍ପର୍କରେ କହିଥିଲେ । ଏଥିରେ ଅନ୍ୟତମ ଅତିଥି ଭାବେ ମହାବିଦ୍ୟାଳୟ ପରିଚାଳନା ଅଧିକାରୀ ଅଧ୍ୟାପକ ମାୟାଧର ବାରିକ ଉପସ୍ଥିତ ରହି ଛାତ୍ରୀମାନଙ୍କୁ ଉପାଦେୟ ପରାମର୍ଶ ଦେଇଥିଲେ । ଅତିଥି ପରିଚୟ ସହିତ ସ୍ୱାଗତ ଭାଷଣ ଦେଇଥିଲେ ଅଧ୍ୟାପକ ଶ୍ରୀ ଖେସ୍‌ ଏବଂ ଧନ୍ୟବାଦ ପ୍ରସ୍ତାବ ଦେଇଥିଲେ ୩ ନଂ ଛାତ୍ରୀନିବାସର ସହକାରୀ ନିରୀକ୍ଷିକା ଅଧ୍ୟାପିକା ଅନିତା ଜୈନ । ଏହି ଅବସରରେ ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ଏଥିରେ ଛାତ୍ରୀନିବାସର ବିଭିନ୍ନ ବର୍ଗର ଅନ୍ତେବାସୀମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ନୃତ୍ୟଗୀତ ପ୍ରଦର୍ଶନ କାର୍ଯ୍ୟକ୍ରମର ପ୍ରମୁଖ ଆକର୍ଷଣ ଥିଲା ।

Leave A Reply

Your email address will not be published.