ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଜାତୀୟ ବିଜ୍ଞାନ ଦିବସ ମହାସମାରୋହରେ ବିଦ୍ୟାଳୟର ସଭାପତି ଉପେନ୍ଦ୍ର ମହାନ୍ତିଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ପ୍ରଧାନାଚାର୍ଯ୍ୟ ରବୀନ୍ଦ୍ରନାଥ ଦାଶ ଅତିଥି ପରିଚୟ ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ରୂପେ ଭାରତୀୟ ବିଜ୍ଞାନ ଗବେଷଣାତ୍ମକ ଅନୁଷ୍ଠାନ, ବ୍ରହ୍ମପୁର (ଓଓଝଋଜ, ଈରକ୍ସଷବଜ୍ଞକ୍ଟ୍ରଙ୍କକ୍ସ)ର ସହକାରୀ ପ୍ରଧ୍ୟାପକ ଡ଼. ପ୍ରଭାତ କୁମାର ପରିଡା ଯୋଗଦେଇ ପିଲାଙ୍କୁ ବିଜ୍ଞାନ ଗବେଷଣା କ୍ଷେତ୍ରରେ ବର୍ତ୍ତମାନର କିଶୋର ବର୍ଗଙ୍କୁ ଆଗକୁ ଆସି କାର୍ଯ୍ୟ କରିବାର ଆହ୍ୱାନ କରିଥିଲେ । ବିଜ୍ଞାନ ବିଷୟରେ ପ୍ରମୁଖ ତଥା ବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ୟ ପିଲାଙ୍କୁ ବିଜ୍ଞାନ ଦିବସର ପୃଷ୍ଠଭୂମି ବିଷୟରେ ଅବଗତ କରିଥିଲେ । ସଭାପତି ଉପେନ୍ଦ୍ର ମହାନ୍ତି କାହାଣୀ ମାଧ୍ୟମରେ ପିଲାଙ୍କୁ ବିଜ୍ଞାନର ଗାରିମା ବିଷୟରେ ମନ୍ତବ୍ୟ ରଖିଥିଲେ । ଶେଷରେ ବିଜ୍ଞାନ ଦିବସ ଅବସରରେ ବିଦ୍ୟାଳୟରେ ଶିଶୁମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା କରାଯାଇ ସେମାନଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା ଏବଂ ଭାରତୀୟ ବୈଜ୍ଞାନିକମାନଙ୍କ ଜୀବନୀ ଓ ଗବେଷଣାକୁ ଆଧାର କରି ଏକ ପ୍ରାଚୀର ପତ୍ରିକା ମୁଖ୍ୟ ଅତିଥିଙ୍କ ଦ୍ୱାରା ଉନ୍ମୋଚନ ହୋଇଥିଲା । ବିଜ୍ଞାନ ଗୁରୁଜୀ ଅମିତ୍ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ ।