jayashree

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଜାତୀୟ ବିଜ୍ଞାନ ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଟେମରୀ ଉଚ୍ଚ ବିଦ୍ୟାଳୟର ଅବସର ପ୍ରାପ୍ତ ବିଜ୍ଞାନ ଶିକ୍ଷକ ଦୈତାରୀ ସ୍ୱାଇଁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଦୀପ ପ୍ରଜ୍ୱଳନ କରି ବିଜ୍ଞାନ ଦିବସ ବିଷୟରେ ମାର୍ଗ ଦର୍ଶନ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ଯୁବରାଜ ପଧାନ ସ୍ୱାଗତ ଭାଷଣ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ରଜତ ଗୁରୁଜୀ କାର୍ଯ୍ୟକ୍ରମର ସଂଯୋଜନା କରିଥିବା ବେଳେ ମମତା ଗଡତିଆ ଆୟୋଜନ କରିଥିଲେ । ଶେଷରେ ଚୈତନ୍ୟ ଭୋଇ ଗୁରୁଜୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଶିଶୁ ଭାଇଭଉଣୀମାନଙ୍କ ମଧ୍ୟରେ ବିଜ୍ଞାନ ବିଷୟରେ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ପ୍ରାତଃ ପର୍ଯ୍ୟାୟରେ ମନ୍ଦାକିନୀ ଗୁରୁମା ସଂଯୋଜନା କରିଥିଲେ । ଦୁର୍ବାଦଳ ସାହୁ ଗୁରୁଜୀ ଓ ସ୍ନିଗ୍ଧା ହାତୀ ଗୁରୁମା ସି.ଭି. ରମଣଙ୍କ ଜୀବନୀ ଓ ବିଜ୍ଞାନ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । ପ୍ରାତଃ ପର୍ଯ୍ୟାୟ ପ୍ରମୁଖ ସୁଜାତା ତ୍ରିପାଠୀ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ସେହିପରି ଶିଶୁ ମନ୍ଦିର ବିଭାଗରେ ସଭାପତି ପୃଥିରାଜ ସାହୁ ଦୀପ ପ୍ରଜ୍ୱଳନ କରି ବିଜ୍ଞାନ ଦିବସ ଉପରେ ମାର୍ଗ ଦର୍ଶନ କରିଥିଲେ । ଦିବା ପର୍ଯ୍ୟାୟ ପ୍ରମୁଖ ମୁଦିରଥ ପଣ୍ଡା ଗୁରୁଜୀ ଅତିଥି ପରିଚୟ ପ୍ରଦାନ କରିଥିଲେ । ପ୍ରଦୀପ ରାଜହଂସ ସଂଯୋଜନା କରିଥିଲେ । ସବିତା ଗୁରୁମା ସି.ଭି. ରମଣଙ୍କ ଜୀବନୀ ଉପରେ କହିଥିଲେ । ବିଜ୍ଞାନ ଉପରେ ଆଧାରିତ ବିଭିନ୍ନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏହି ଅବସରରେ ବିଜ୍ଞାନର ଚାର୍ଟ ଓ ଉପକରଣ ପ୍ରଦର୍ଶନ କରାଯାଇଥିଲା । ସମସ୍ତଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା ।

Leave A Reply

Your email address will not be published.