csstore

ହଳଦୀ ଗ୍ରାମର ବିବାହିତା ମହିଳାମାନଙ୍କୁ ନୂତନ ରାସନ କାର୍ଡ ଦେବାକୁ ବିଡ଼ିଓଙ୍କୁ ଦାବିପତ୍ର

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀ ପଞ୍ଚାୟତ ସଦର ଗ୍ରାମ ନାରୀଶକ୍ତିର ବହୁ ସଂଖ୍ୟକ ବିବାହିତା ମହିଳା ବିବାହର ଦୀର୍ଘ ବର୍ଷ ପରେ ବି ରାସନ କାର୍ଡ ପାଇବାରୁ ବଞ୍ଚିତ ପ୍ରତିବାଦରେ ମଙ୍ଗଳବାର ବିଡିଓ ପୂର୍ଣ୍ଣାନନ୍ଦ ପଟେଲଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଏହି ବିବାହିତା ମହିଳାମାନଙ୍କ ଲିଖିତ ଅଭିଯୋଗ ମୁତାବକ ସେମାନଙ୍କ ବିବାହ ଆଜିକୁ ୫ରୁ ୭ବର୍ଷ ଲେଖାଏଁ ହୋଇଯାଇ ସାରିଛି । ସେମାନେ ରାସନ କାର୍ଡଟିଏ ପାଇଁ ବାରମ୍ବାର ଅନଲାଇନ୍ କରି ବ୍ଲକ ଅଫିସକୁ ଦୌଡୁଥିଲେ ମଧ୍ୟ ନିରାଶ ଓ ହତାଶ ହେଉଛନ୍ତି । କେନ୍ଦ୍ର ସରକାର ଜାତୀୟ ଖାଦ୍ୟ ସୁରକ୍ଷା ଆଇନ- ୨୦୧୩ ଓ ରାଜ୍ୟ ସରକାର ରାଜ୍ୟ ଖାଦ୍ୟ ସୁରକ୍ଷା ଆଇନ ୨୦୧୯ରେ କିପରି ଯୋଗ୍ୟ ପରିବାରଗୁଡ଼ିକ ମାଗଣା ରାସନ ସାମଗ୍ରୀ ପାଇବେ ସେ ସଂପର୍କରେ ଆଇନ କରିଛନ୍ତି । କିନ୍ତୁ ଅତି ଦୁଃଖ ଓ ପରିତାପର ବିଷୟ ଯେ ନିହାତି ଯୋଗ୍ୟ ଥିବା ମହିଳା ଓ ତାଙ୍କ ପରିବାର ଲୋକେ ବର୍ଷ ବର୍ଷ ଧରି ବ୍ଲକ ଅଫିସକୁ ଧାଇଁ ଧାଇଁ ଶାରୀରିକ, ମାନସିକ ଓ ଆର୍ଥିକସ୍ତରରେ ଖର୍ଚ୍ଚାନ୍ତ ହେଉଛନ୍ତି । ଗ୍ରାମର ବହୁ ହିତାଧିକାରୀଙ୍କ ରାସନ କାର୍ଡ ଥିଲେ ମଧ୍ୟ ବିଭିନ୍ନ ତ୍ରୁଟି ପାଇଁ ସେମାନେ ଖାଦ୍ୟ ସାମଗ୍ରୀ ପାଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଥିଲା । ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ହଳଦୀ ଗ୍ରାମର ଯୋଗ୍ୟ ରାସନ କାର୍ଡ ଆବେଦନକାରୀଙ୍କୁ ପ୍ରଶାସନ ପକ୍ଷରୁ ରାସନ କାର୍ଡ ଯୋଗାଇ ନ ଦେଲେ ବାଧ୍ୟ ହୋଇ ଭୋଟ ବର୍ଜନ ଭଳି କଠୋର ନିଷ୍ପତ୍ତି ନେବା ପାଇଁ ବାଧ୍ୟ ହେବୁ ବୋଲି ଚେତାବନୀ ଦେଇଛନ୍ତି । ହଳଦୀ ଗ୍ରାମର ସ୍ଵେଚ୍ଛାସେବୀ ଅଜିତ କୁମାର ହାତୀଙ୍କ ନେତୃତ୍ୱରେ ପ୍ରଞ୍ଜଳି ବାଗ, ନିରା ଭୋଇ, ରତନି ମାହାକୁର, ପଦ୍ମାବତୀ ଘିବେଲା, ସଭା ହାତୀ, ଲକ୍ଷ୍ମୀ ନାଗ, ଚନ୍ଦ୍ରିକା ପୋଡ଼, ନେହା ହାତୀ, ଜ୍ୟୋସ୍ନା ବାଗ, ନନ୍ଦିନୀ ବାଗ, ବାସନ୍ତୀ ବାଗ, ଲତା ଟାହାଣି ଓ ଉମା ବାଗଙ୍କ ସହ ବହୁ ସଂଖ୍ୟକ ବିବାହିତା ମହିଳା ସେମାନଙ୍କ ପରିବାର ସହ ଆସି ରାସନ କାର୍ଡ ପାଇଁ ଦାବିପତ୍ର ପ୍ରଦାନ କରିଥିବା ଜଣାପଡ଼ିଛି ।

jayashree
Leave A Reply

Your email address will not be published.