ନେହେରୁ ଯୁବ କେନ୍ଦ୍ର ସଂଗଠନ ପକ୍ଷରୁ ରାଜ୍ୟ ଯୁବ ସଂସଦ ଉତ୍ସବ ଆୟୋଜିତ

ନୂଆଦିଲ୍ଲୀ, (ପିଆଇବି) : ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ ପକ୍ଷରୁ ଫେବୃୟାରୀ ୨୫, ୨୦୨୪ ଦିନ ରାଜ୍ୟସ୍ତରୀୟ ଯୁବ ସଂସଦ ଉତ୍ସବ ଆଭାସୀ ଜରିଆରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୂର୍ବତଟ ରେଳବାଇର ମୁଖ୍ୟ ଯାତ୍ରୀ ପରିବହନ ପରିଚାଳକ ଜ୍ୟୋତି ପ୍ରକାଶ ମିଶ୍ର ଓଡିଶାର ୬୦ଜଣ ପ୍ରତିଯୋଗୀଙ୍କୁ ପ୍ରୋତ୍ସାହନ ଦେଇଥିଲେ । ନେହେରୁ ଯୁବ କେନ୍ଦ୍ର ସଂଗଠନର ଆଞ୍ଚଳିକ ନିର୍ଦ୍ଦେଶିକା ଶ୍ରୀମତୀ ହନି ସିହ୍ନା, କେନ୍ଦ୍ର ଯୁବ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ପ୍ରତିନିଧିତ୍ୱ କରି ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଉତ୍ସବରେ ଭୁବନେଶ୍ୱର କିଟ୍ ବିଶ୍ୱବିଦ୍ୟାଳୟ ଏନ୍ଏସ୍ଏସ୍ ବ୍ୟୁରୋ, କାର୍ଯ୍ୟକ୍ରମ ସଂଯୋଜକ ଡକ୍ଟର ସ୍ମୃତିରଞ୍ଜନ ଦାଶ, ଉତ୍କଳ ବିଶ୍ୱବିଦ୍ୟାଳୟ ଓଡିଶା ଭାଷା ଓ ସାହିତ୍ୟ ସ୍ନାତକୋତ୍ତର ବିଭାଗ ସଂଯୋଜକ ଡକ୍ଟର ରମେଶ ଚନ୍ଦ୍ର ମଲ୍ଲିକ, ଭୁବନେଶ୍ୱର ସ୍ଥିତ ପତ୍ର ସୂଚନା କାର୍ଯ୍ୟାଳୟ ଉପ ନିର୍ଦ୍ଦେଶକ ମନୋଜ କୁମାର ଜାଲି, ଭୁବନେଶ୍ୱର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ହିନ୍ଦୀ ବିଭାଗ ମୁଖ୍ୟ ଡକ୍ଟର ସ୍ନେହଲତା ଦାସ ଓ ଭୁବବେଶ୍ୱର କମଳା ନେହେରୁ ମହିଳା ମହାବିଦ୍ୟାଳୟ ଗୃହ ବିଜ୍ଞାନ ବିଭାଗ ମୁଖ୍ୟ ମଧୁସ୍ମିତା ଦାସ ବିଚାରକ ମଣ୍ଡଳୀ ଭାବେ ଯୋଗ ଦେଇଥିଲେ । ଭୁବନେଶ୍ୱର ଏନ୍‌ଏସ୍‌ଏସ୍ ଯୁବ ଅଧିକାରୀ ଅଜିତ କୁମାର, କେନ୍ଦ୍ରୀୟ ଯୋଗାଯୋଗ ବ୍ୟୁରୋ କାର୍ଯ୍ୟକ୍ରମ ଅଧିକାରୀ ମହେନ୍ଦ୍ର ଜେନା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଜିଲ୍ଲାସ୍ତରୀୟ ଯୁବ ସଂସଦ ପକ୍ଷରୁ ଆୟୋଜିତ ଯୁବ ସାଂସଦ ପ୍ରତିଯୋଗିତାରେ ପ୍ରତି ଜିଲ୍ଲାରୁ ପ୍ରଥମ ଓ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ମୋଟ ୬୦ଜଣ ପ୍ରତିଯୋଗୀ ଏଥିରେ ଅଂଶଗ୍ରହଣ କରିଥିଲେ । ପୁରୀ ଜିଲ୍ଲାର କୁମାରୀ ସୁଶ୍ରୀ ସଂଗୀତା ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ, ବରଗଡ ଜିଲ୍ଲାର କୁମାରୀ ଅର୍ଚ୍ଚିତା ମିଶ୍ର ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ । ନୂଆପଡା ଜିଲ୍ଲାର ଅନ୍ୱେଷ ପାଢୀ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଏହି ତିନିଜଣ ବିଜେତା ମାର୍ଚ୍ଚ ୪ ଓ ୫, ୨୦୨୪ ଦିନ ନୂଆଦିଲ୍ଲୀ ସଂସଦ ଭବନଠାରେ ଆୟୋଜିତ ହେବାକୁ ଥିବା ୨୦୨୩-୨୪ ଜାତୀୟ ଯୁବ ସଂସଦ ଉତ୍ସବରେ ଓଡିଶାର ପ୍ରତିନିଧିତ୍ୱ କରିବେ ।

Leave A Reply

Your email address will not be published.