oom

ଏସ୍‌ୟୁସିଆଇ (ସି) ପକ୍ଷରୁ ଦେଶବ୍ୟାପି ଦସ୍ତଖତ ସଂଗ୍ରହ ଅଭିଯାନ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦାଦନ ସମସ୍ୟାର ସ୍ଥାୟୀ ସମାଧାନ, ଦରଦାମ ବୃଦ୍ଧି ବନ୍ଦ, ଜନ ବିରୋଧି ଜାତୀୟ ଶିକ୍ଷାନୀତି ୨୦୨୦ ବାତିଲ, ସମସ୍ତଙ୍କୁ ସ୍ଥାୟୀ ନିଯୁକ୍ତି, ବିଦ୍ୟୁତ ବିଲ ୨୦୨୨ ରଦ୍ଦ କରିବା, ସ୍ମାର୍ଟ ମିଟର ବନ୍ଦ, ଜଙ୍ଗଲ ସଂରକ୍ଷଣ (ସଂଶୋଧନ) ଆଇନ ୨୦୨୩ ବାତିଲ, ନାଗରିକ ଅଧିକାର ସୁରକ୍ଷା, ଶ୍ରମକୋର୍ଡ ରଦ୍ଦ, ରାଷ୍ଟ୍ରାୟତ୍ତ ଉଦ୍ୟୋଗକୁ ଘରୋଇକରଣ ବନ୍ଦ, ପାଚିକା ସହାୟିକା, ଅଙ୍ଗନୱାଡି, ଆଶାକର୍ମୀ ସମେତ ସମସ୍ତ ଶ୍ରେଣୀର ସ୍କିମ ୱାର୍କରମାନଙ୍କୁ ସରକାରୀ କର୍ମଚାରୀ ମାନ୍ୟତା ଦେବା, ସମସ୍ତ କୃଷିଜାତ ଦ୍ରବ୍ୟ ଉପରେ ଏମ୍‌ଏସ୍‌ପିକୁ ଆଇନ ମାନ୍ୟତା ଦେବା ଆଦି ୧୧ ଦଫା ନ୍ୟାର୍ଯ୍ୟ ଦାବିରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏସ୍‌ୟୁସିଆଇ (ସି) କେନ୍ଦ୍ରୀୟ କମିଟି ପକ୍ଷରୁ ଦେଶବ୍ୟାପି ଦସ୍ତଖତ ସଂଗ୍ରହ ଅଭିଯାନ ଚାଲିଛି । ଏହାର ଏକ ଅଙ୍ଗ ଭାବେ ବଲାଙ୍ଗିର ଜିଲ୍ଲା କମିଟି ପକ୍ଷରୁ ଜିଲ୍ଲା ବ୍ୟାପି ଏକ ଜାଠା ଗତ ଫେବୃୟାରୀ ୮ ତାରିଖରୁ ବାହାରି ଫେବୃୟାରୀ ୨୩ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ଶତାଧିକ ଗ୍ରାମ ପରିକ୍ରମା କରି ୧୦ହଜାରରୁ ଅଧିକ ଲୋକଙ୍କ ନିକଟରୁ ଦସ୍ତଖତ ସଂଗ୍ରହ କରାଯାଇଛି । ଏହି ଉପଲକ୍ଷେ ବିଭିନ୍ନ ଜିଲ୍ଲାର ଅଂଚଳରେ ହୋଇଥିବା ପଥପ୍ରାନ୍ତ ସଭା ଗୁଡିକରେ ଏସ୍‌ୟୁସିଆଇ(ସି) ରାଜ୍ୟ ସଂପାଦକ ମଣ୍ଡଳି ସଭ୍ୟ ଅଶୋକ ମିଶ୍ର, ଜିଲ୍ଲା ସଂପାଦକ ସୁନିଲ ଭୋଇ, ଜିଲ୍ଲା କମିଟି ସଭ୍ୟ ମଧୁସୁଦନ ବାଗ, ତାମସ ବେହେରା ବକ୍ତବ୍ୟ ରଖିଥିଲେ । ଏହି ଦାବି ପ୍ରତି ବ୍ୟାପକ ଜନ ସମର୍ଥନ ମିଳିଥିଲା ।

jittmm
Leave A Reply

Your email address will not be published.