oom

ଡମ୍‌ କର୍ଲାଖୁଣ୍ଟା ଗ୍ରାମପଞ୍ଚାୟତରେ ଆମ ଓଡ଼ିଶା ନବୀନ ଓଡ଼ିଶା ପଞ୍ଚାୟତସ୍ତରୀୟ ସଚେତନତା ଶିବିର

jsmm

କଳାହାଣ୍ଡି, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଅନ୍ତର୍ଗତ ଡମ୍ କର୍ଲାଖୁଣ୍ଟା ଗ୍ରାମପଞ୍ଚାୟତ ପରିସରରେ “ଆମ ଓଡ଼ିଶା ନବୀନ ଓଡ଼ିଶା” କାର୍ଯ୍ୟକ୍ରମ ସରପଞ୍ଚ ସ୍ନିଗ୍ଧା ରଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟା ମଞ୍ଜୁଲତା ଧରୁଆ, ସମ୍ମାନିତ ଅତିଥି ଆମ ଓଡ଼ିଶା ନବୀନ ଓଡ଼ିଶାର ନୋଡାଲ ଅଧିକାରୀ ତଥା (ଜିପିଇଓ) କୁଳମଣି ସିଂ ରାୟ, ମଦନପୁର ଗ୍ରାମପଞ୍ଚାୟତ ସରପଞ୍ଚ କେତକୀ ଦଣ୍ଡିଆ, ନୁନପୁର ସରପଞ୍ଚ ସବିତା ରଣା, ସାଲେପାଲିି ସରପଞ୍ଚ ରଚନା ନାଏକ, ଅଲାତରା ସରପଞ୍ଚ ସସ୍ମିତା ନାଗ, ବାରବନ୍ଧା ସରପଞ୍ଚ ବୃନ୍ଦାବତୀ ପାଠକ, ଡୁଡ଼ୁକା ରଞ୍ଜା ସରପଞ୍ଚ ସୂର୍ଯ୍ୟମଣି ପାତ୍ର, ସମାଜସେବୀ ଫକୀର ରଣା, ଶଙ୍କର ସୁନା, ସୁନ୍ଦର ଦେଈ ଛତ୍ରିଆ, ସମିତି ସଭ୍ୟ ଭବାନୀ ଶଙ୍କର ଭୋଇ, ନାଏବ ସରପଞ୍ଚ ଲିଙ୍ଗରାଜ ବିଭାର, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁରେଶ କୁମାର ଜାଲ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ଗ୍ରାମାଞ୍ଚଳର ଭିତ୍ତିଭୂମି ବିକାଶ ଓ ରାଜ୍ୟ ସରକାରଙ୍କ ଜନହିତକର ଯୋଜନା ଉପରେ ସଚେତନ କରିଥିଲେ । ସାମ୍ବାଦିକ ହେମନ୍ତ ସାହୁ ମଞ୍ଚ ପରିଚାଳନା କରିଥିଲେ । ଏମ୍‌ବିକେ ରଞ୍ଜିତା ପ୍ରଧାନ ଓଡ଼ିଶା ଜୀବିକା ମିଶନ କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ, କୃଷି, ଉଦ୍ୟାନ, ଅଙ୍ଗନୱାଡି, ପ୍ରାଣୀ ସମ୍ପଦ, ସ୍ୱୟଂ ସହାୟକ ଗୋଷ୍ଠୀ ଷ୍ଟଲ ଖୋଲା ଯାଇଥିଲା । ରାଜ୍ୟ ସରକାରଙ୍କ ଉନ୍ନୟନମୂଳକ କାର୍ଯ୍ୟକ୍ରମକୁ ଟିଭି ମାଧ୍ୟମରେ ପ୍ରଦର୍ଶନ କରାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ବିଭିନ୍ନ ବିଭାଗର କର୍ମଚାରୀମାନେ ସହଯୋଗ କରିଥିଲେ । ସଭା କାର୍ଯ୍ୟ ପରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଘୁମୁରା ଓ ବଜାଶାଲ ପରିବେଷିତ ହୋଇଥିଲା ।

jittmm
Leave A Reply

Your email address will not be published.