jayashree

ଡିମାରକେସନ ପାଇଁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଧରାପଡିଲେ ଅମିନ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ତହସିଲ ଅଫିସରେ ଜଣେ ଅମିନ ଡିମାରକେସନ କରି ଦେବା ନାମରେ ଜଣେ ବ୍ୟକ୍ତିଙ୍କଠାରୁ ୮ ହଜାର ଟଙ୍କା ଲାଞ୍ଚ ମାଗି ବଲାଙ୍ଗିର ଭିଜିଲାନ୍ସ ହାତରେ ଧରାପଡି ଗିରଫ ହୋଇଥିବା ଜଣାପଡିଛି । ଗିରଫ ଅମିନ ନାମ ନିର୍ମଳେନ୍ଦୁ କବି ବୋଲି ଜଣାପଡିଛି । ପ୍ରକାଶ ଯେ, ସଇଁତଲା ତହସିଲରେ କାର୍ଯ୍ୟରତ ଥିବା ଅମିନ ନିର୍ମଳେନ୍ଦୁ କବି ଗତ ୨୦୨୨ ମସିହାରେ ସଇଁତଲା ତହସିଲ ଅଫିସରେ ନିଯୁକ୍ତି ପାଇଥିଲେ । ଏହି ସମୟରେ ସଇଁତଲା ସହରର ସ୍ୱାଧୀନପଡାର ନିରଞ୍ଜନ ସାହୁ ନାମକ ଜଣେ ବ୍ୟକ୍ତି ଜମି ପାଇଁ ତହସିଲ ଅଫିସରେ ଆବେଦନ କରିଥିଲେ । କିନ୍ତୁ ଅମିନ ଶ୍ରୀ କବି ଟଙ୍କା ପାଇଁ ନିରଞ୍ଜନଙ୍କ ଦିନ ଗଡ଼ାଇ ଚାଲିଥିଲେ । ଏହାପରେ ନିରଞ୍ଜନ ବଲାଙ୍ଗିର ଭିଜିଲାନ୍ସ ବିଭାଗର ଦ୍ୱାରସ୍ଥ ହୋଇଥିଲେ । ଏଥିରେ ପୂର୍ବ ପ୍ରସ୍ତୁତି ଅନୁସାରେ ଭିଜିଲାନ୍ସ ବିଭାଗ ନିରଞ୍ଜନଙ୍କୁ କେମିକାଲ ଟଙ୍କା ଦେଇଥିଲେ । ପରେ ଅମିନ ଜଣକ ଟଙ୍କା ଲାଞ୍ଚ ନେଉଥିବା ସମୟରେ ବଲାଙ୍ଗିର ଡିଏସ୍‌ପି ପୁଲସ୍ତି ଛତ୍ରିଆ ଓ ରିତାଞ୍ଜଳୀ ପ୍ରଧାନଙ୍କ ତତ୍ତ୍ୱାବଧାନରେ ଟଙ୍କା ଜବତ କରିବା ସହ ଅମିନଙ୍କୁ ଗିରଫ କରିଥିଲେ । ଏହି ସମୟରେ ଇନ୍ସପେକ୍ଟର ତୁଷାରକାନ୍ତ ମହାପାତ୍ର, ହୃଦାନନ୍ଦ କାଲୋ, ଟେରେସା ଖେସ, ଏଏସ୍‌ଆଇ ଝସକେତନ ବାରିକ, ଦୁର୍ବାଦଳ କ୍ଷେତି ଓ ରୋହିତ ରଣା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.