oom

୨୯ତମ ରାଉରକେଲା ପୁସ୍ତକ ମେଳାର ଷଷ୍ଠ ଦିବସ

jsmm
  • ଥିଙ୍କର୍ସ ଫୋରମ ଓ ଇସ୍ପାତ ସାହିତ୍ୟ ସଂସଦର ସାହିତ୍ୟ ସନ୍ଧ୍ୟା

ରାଉରକେଲା, (ସସ୍ମିତା ପ୍ରଧାନ) : ଆଦର୍ଶ ପାଠାଗାର ଆୟୋଜିତ ୨୯ତମ ପୁସ୍ତକମେଳାର ଷଷ୍ଠ ଦିବସରେ ଥିଙ୍କର୍ସ ଫୋରମ ଓ ଇସ୍ପାତ ସାହିତ୍ୟ ସଂସଦର ସାହିତ୍ୟ ସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି । ପ୍ରଥମ କାର୍ଯ୍ୟକ୍ରମରେ ଥିଙ୍କର୍ସ ଫୋରମର ଇଂ ଭାରତ ଭୂଷଣ ମହାନ୍ତିଙ୍କ ପୋୖରହିତ୍ୟ ଓ ଆବାହକ ନଳିନୀକାନ୍ତ ଧରଙ୍କ ଆବାହକତ୍ଵ ତଥା ନିରୁପମା ପତିଙ୍କ ସଂଯୋଜନାରେ ଆୟୋଜିତ ଏହି ସାହିତ୍ୟ ସଭାରେ ସମ୍ମାନିତ ବକ୍ତା ଭାବେ ପ୍ରାଧ୍ୟାପକ ଡ. ପ୍ରଭାତ କୁମାର ମଲ୍ଲିକ, ଏନ୍ଆଇଟିର ଅଧ୍ୟାପକ ଡ. ଅଜିତ ବେହେରା ଓ ରାଉରକେଲା କଲେଜର ଅଧ୍ୟାପକ କରୁଣାକର ପାଟ୍ଟଶାଣୀ ଯୋଗଦେଇ ଆଲୋଚ୍ୟ ବିଷୟ ଓଡ଼ିଆ ପାଠକ ଅଭିବୃଦ୍ଧି -ଆଶଙ୍କା ଓ ସମ୍ଭାବନା ସମ୍ପର୍କରେ ଆଲୋଚନା କରିଥିଲେ । ସେହିପରି ଶଙ୍କର ପ୍ରସାଦ ତ୍ରିପାଠୀ, ରାଜୀବ ପାଣି, ଡ. କିଶୋରୀ ଦାଶ, ମୋନାଲିସା ମିଶ୍ର, ଆର୍ତ୍ତତ୍ରାଣ ମହାପାତ୍ର, ସୌଦାମିନୀ ସିଂ, ବ୍ରଜେନ୍ଦ୍ର ଦାଶ ପ୍ରମୁଖ ଉପରୋକ୍ତ ଆଲୋଚ୍ୟ ବିଷୟ ସମ୍ପର୍କରେ ଶେଷ ସ୍ପର୍ଶ ଦେଇଥିଲେ । ବକ୍ତାମାନେ ସେମାନଙ୍କ ବକ୍ତବ୍ୟରେ ଓଡ଼ିଆ ଭାଷାର ବ୍ୟବହାର ଓ ପାଠକମାନଙ୍କ ଆଗ୍ରହ, ଭାଷା ବ୍ୟବହାର ନହେଲେ ତାହା କିପରି ଆଶଙ୍କା ସୃଷ୍ଟି କରେ ସେ ସମ୍ପର୍କରେ ଆଲୋଚନା କରିଥିଲେ । ଶେଷରେ ଡ. ସୁମନ ଦତ୍ତ ଧନ୍ୟବାଦ ଅର୍ପଣ କରିଥିଲେ । ସାହିତ୍ୟ ସନ୍ଧ୍ୟାର ଦ୍ୱିତୀୟ କାର୍ଯ୍ୟକ୍ରମରେ ଇସ୍ପାତ ସାହିତ୍ୟ ସଂସଦର ସଭାପତି ବ୍ରଜେନ୍ଦ୍ର ଦାଶଙ୍କ ସଭାପତିତ୍ୱ ଓ ସାଧାରଣ ସମ୍ପାଦକ ନୃସିଂହ ଚରଣ ବିଶ୍ୱାଳଙ୍କ ଆବାହକତ୍ଵ କାର୍ଯ୍ୟକାରୀ ସଭାପତି ମନୋଜ ନନ୍ଦଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସୁଦାମ ଚନ୍ଦ୍ର ଦାଶ ଯୋଗଦେଇ ଆଲୋଚ୍ୟ ବିଷୟ ଓଡ଼ିଆ ଭାଷା ଓ ସଂସ୍କୃତିର ଉନ୍ନତି ନିମନ୍ତେ ପୁସ୍ତକ ଓ ପୁସ୍ତକମେଳାର ଆବଶ୍ୟକତା ସମ୍ପର୍କରେ ଆଲୋଚନା କରିଥିଲେ । ଅନ୍ୟ ଅତିଥି ଭାବେ ହରମୋହନ ମିଶ୍ର ଓ ତ୍ରିଲୋଚନ ମଥାନ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ସସ୍ମିତା ମହାପାତ୍ର ଓ ସୁଶାନ୍ତ କୁମାର ନାୟକଙ୍କ ସଂଯୋଜନାରେ ବହୁ କବି ସ୍ୱରଚିତ କବିତା ପାଠ କରିଥିଲେ । ଶେଷରେ ପ୍ରତାପ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ପାଠାଗାରର ବସନ୍ତ କୁମାର ଦାସ, ଗୋପିନାଥ ପଟ୍ଟନାୟକ, ସାଧାରଣ ସମ୍ପାଦକ ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ, ଡ. ସନାତନ ପ୍ରଧାନ, ଟୁକୁଲା ପାଢ଼ୀ, ପର୍ଶୁରାମ ପଟ୍ଟନାୟକ, ଦୀନବନ୍ଧୁ ରଥ, ମନୋଜ କୁମାର ପଣ୍ଡା, ଟି. ମଧୁସୂଦନ, ପ୍ରଦୀପ କୁମାର ପଟ୍ଟନାୟକ, ପଞ୍ଚାନନ ପାତ୍ର, ପ୍ରଳୟ ଶତପଥୀ, ସୁଶୀଲ କୁମ୍ଭାର, କୁମାର କୁମ୍ଭାର, ଯୋଗେଶ୍ୱର ବାଗ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.