jsm

ସଇଁତଲାରେ ୯ କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ ସମାପ୍ତ : ମହାଦୀପ ଓ ବିବାହ ଉତ୍ସବରେ କମ୍ପିଲା ମଣ୍ଡପ

csstore

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଅଖିଳ ବିଶ୍ୱ ଗାୟତ୍ରୀ ପରିବାର ଆନୁକୂଲ୍ୟରେ ସ୍ଥାନୀୟ ହାଟପଦା ପରିସରରେ ୪ ଦିନ ଧରି ଚଲିଥିବା ନଅ କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ ଉଦ୍‌ଯାପିତ ହୋଇଯାଇଅଛି । ଏଥିରେ ଗାୟତ୍ରୀ ପରିବାର ସଂଯୋଜକ ସୁଶାନ୍ତ ମାଝୀଙ୍କ ତତ୍ତ୍ୱାବଧାନରେ ପୂଜାର୍ଚ୍ଚନା କାର୍ଯ୍ୟ ସମାପନ ହେଉଥିବାବେଳେ ହରିବନ୍ଧୁ ସାହୁ ତାଙ୍କ ଧର୍ମପତ୍ନୀ ମିନା ସାହୁ କର୍ତ୍ତା ଦାୟିତ୍ୱ ତୁଳାଇ ଆସୁଥିଲେ । ଉକ୍ତ ଯଜ୍ଞମଣ୍ଡପକୁ ରୁଷିପୁତ୍ର ପ୍ରଶାନ୍ତ ଅଗ୍ରୱାଲ, ପଙ୍କଜିନୀ ପଣ୍ଡା ଓ ତାଙ୍କ ସାଥି ପରିଚାଳନା କରୁଥିଲେ । ଏହି ଗାୟତ୍ରୀ ମହାଯଜ୍ଞ ଉପଲକ୍ଷେ ପ୍ରତିଦିନ ସନ୍ଧ୍ୟାରେ ପ୍ରବଚନ କାର୍ଯ୍ୟକ୍ରମ, ଯଜ୍ଞ ଆହୁତି ମହାଦୀପ ଯଜ୍ଞ ସହ ଦିନବେଳା ମୁଣ୍ଡନ, ବ୍ରତ, ବିଦ୍ୟା, ଦୀକ୍ଷା, ବିବାହ, ଗର୍ଭ ସଂସାର କାର୍ଯ୍ୟକ୍ରମ କରାଯାଉଥିଲା । ଉକ୍ତ କାର୍ଯ୍ୟକ୍ରମରେ ଭକ୍ତମାନଙ୍କ ପ୍ରବଳ ଜନସମାଗମ ଦେଖିବାକୁ ମିଳିଥିଲା । ଏଥିରେ ହରିପ୍ରସାଦ ଅଗ୍ରୱାଲ, ଅଖିଳ ସାହୁ, ପ୍ରଦୀପ ଜାଲ, ପ୍ରମୋଦ ଵୈଠାରୁ, ଭୀମସେନ ସ୍ୱାଇଁ, ବନ ବିହାରୀ ସାହୁ, ସୁରେଶ ରଣା, ସୋମନାଥ ପଟେଲ, ସରୋଜ ଵୈଠାରୁ, ଭଗବାନ ଯୋଶୀ, ମଦନ ଲାଲ ଅଗ୍ରୱାଲ, ପ୍ରମୋଦ ଅଗ୍ରୱାଲ, ବିନୟ ଭୋଇ, କୈଳାଶ ଅଗ୍ରୱାଲ, ରାଜୁ ଅଗ୍ରୱାଲ, ସୁରେଶ ଜୈନ, ନାରାୟଣ ଜାଲ, ସମୀର ବୈଠାରୁ, ମୁନୁ ପଟେଲ, ଅନି ରାଓ, ଯୁଗଲାଲ ବଗର୍ତ୍ତୀ, ଲିଙ୍ଗରାଜ ବୈଠାରୁ, ସଦାନନ୍ଦ ସାହୁ, ନିତ୍ୟା ରଣା, ବେଣୁଧର ସାହୁ, ହେମରାଜ ସାହୁ, ବାଳକୃଷ୍ଣ ସାହୁ, ଭୀଷ୍ମ ସାହୁ, ଅଲେଖ ସାହୁ, ଶିବା ସାହୁ, ଛନ୍ଦାଚରଣ ସେଠ, ଜୟରାମ ସାହୁ, ଲକ୍ଷଣ ସେଠ, ଗୌରହରି ସାହୁ ଓ ଗାୟତ୍ରୀ ପରିବାରର ବହୁ ସଦସ୍ୟ ଉପସ୍ଥିତ ରହି ସହଯୋଗ କରୁଥିଲେ ।

yuvodaya
Leave A Reply

Your email address will not be published.