pr

ଭାରତୀୟ ଶିକ୍ଷଣ ମଣ୍ଡଳ ତରଫରୁ ଶ୍ରଦ୍ଧାସୁମନ ଅର୍ପଣ

dr. purohit

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଭାରତୀୟ ଶିକ୍ଷଣ ମଣ୍ଡଳ ବଲାଙ୍ଗିର ଶାଖା ତରଫରୁ ସ୍ଥାନୀୟ ଐତିହାସିକ ପୂର୍ଣ୍ଣଚନ୍ଦ୍ର ରଥ ପାଠାଗାରର ସମ୍ମିଳନୀ କକ୍ଷରେ ବରିଷ୍ଠ ସଦସ୍ୟ ଡ. ଅଭିମନ୍ୟୁ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଶିକ୍ଷଣ ମଣ୍ଡଳର ଦିବଂଗତ କାର୍ଯ୍ୟକର୍ତ୍ତା ସ୍ୱର୍ଗତ ଡା. ପ୍ରିୟବ୍ରତ ରଥ ଏବଂ ଡା. ରାଧାକାନ୍ତ ମିଶ୍ରଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା । ସଦସ୍ୟ ଧର୍ମବ୍ରତ ରଥ ସଭାର ଉଦ୍ଦେଶ୍ୟ ଜ୍ଞାପନ କରିବା ପରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ପରେ ଓଡିଶା ପଶ୍ଚିମ ପ୍ରାନ୍ତର ଉପସଭାପତି ପ୍ରଫେସର ତରୁଣ ମିଶ୍ର ଶିକ୍ଷଣ ମଣ୍ଡଳରେ ସ୍ୱର୍ଗତ ସଦସ୍ୟଦ୍ୱୟଙ୍କ ଅବଦାନ ସମ୍ପର୍କରେ ବିସ୍ତୃତ ତଥ୍ୟ ପ୍ରଦାନ କରିଥିଲେ । ମନୋରଂଜନ ସାହୁ, ସତ୍ୟବ୍ରତ ରଥ, ପ୍ରଶନ୍ନ କୁମାର ମିଶ୍ର, ଡ. ଭବାନି ଶଙ୍କର ପଟେଲ, ଦିବାକର ହୋତା ପ୍ରମୁଖ ସ୍ୱର୍ଗତ ସଦସ୍ୟଦ୍ୱୟଙ୍କ ଉନ୍ନତ ଚିନ୍ତାଧାରା ଓ କାର୍ଯ୍ୟପ୍ରଣାଳୀ ସମ୍ପର୍କରେ ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ । ସଦସ୍ୟ ଯତିନ୍ଦ୍ର ନାଥ ପାଠୀ, ଅଶୋକ ଚାନ୍ଦ, କେଶବ ପଟେଲ, ମାଳତି ଉଦ୍‌ଗାତା, ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ, ଆକୁଳ ବେହେରା, କୃଷ୍ଣଚନ୍ଦ୍ର ମହାକୁର, ଜୀବନ ତ୍ରିପାଠୀ, ଯୁଧିଷ୍ଠିର ମିଶ୍ର, ହୃଷିକେଶ ପୁରୋହିତ, ଗୁରୁନାଥ ବ୍ରହ୍ମା, ପ୍ରକାଶ ତରିଆ, ପୂର୍ଣ୍ଣଚନ୍ଦ୍ର ଦାଶ, ହରେକୃଷ୍ଣ ପଟେଲ, ଶୁଭ୍ରପ୍ରକାଶ ରଥ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ସଦସ୍ୟ ବିଭୁଦତ୍ତ ମିଶ୍ର ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶେଷରେ କସ୍ତୁରୀ ରଥ ଧନ୍ୟବାଦ ଅର୍ପଣ କରିଥିଲେ ।

nrusinghnath
Leave A Reply

Your email address will not be published.