csstore

ଟିଟିଲାଗଡ଼ ବ୍ରାହ୍ମଣ ସମାଜ ତରଫରୁ ଏପ୍ରିଲ ୩ ତାରିଖରେ ହେବ ସାମୁହିକ ବ୍ରତୋପନୟନ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ପ୍ରତିବର୍ଷ ଟିଟିଲାଗଡ଼ ବ୍ରାହ୍ମଣ ସମାଜ ପକ୍ଷରୁ ବ୍ରାହ୍ମଣ ପିଲାଙ୍କ ପାଇଁ ଆୟୋଜନ କରାଯାଉଥିବା ସାମୁହିକ ବ୍ରତୋପନୟନ ଚଳିତ ବର୍ଷ ଆଗାମୀ ଏପ୍ରିଲ ତିନି ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି । ଏପ୍ରିଲ ମାସ ୨ ତାରିଖରେ ଚାରିକର୍ମ ଓ ୩ ତାରିଖରେ ବ୍ରତୋପନୟନ ହେବ ବୋଲି ସମାଜର ସମ୍ପାଦକ ସତ୍ୟବ୍ରତ ପଣ୍ଡା ଜଣାଇଛନ୍ତି । ପ୍ରକାଶଯୋଗ୍ୟ ଯେ ଅତି ସ୍ୱଳ୍ପ ଖର୍ଚ୍ଚରେ ଏପରିକି ସମ୍ପୂର୍ଣ୍ଣ ମାଗଣାରେ ମଧ୍ୟ ପ୍ରତିବର୍ଷ ଟିଟିଲାଗଡ଼ ବ୍ରାହ୍ମଣ ସମାଜ ସ୍ଥାନୀୟ ଜଗନ୍ନାଥ ମନ୍ଦିରଠାରେ ବ୍ରାହ୍ମଣ ପିଲାଙ୍କ ପାଇଁ ସାମୁହିକ ବ୍ରତୋପନୟନ କାର୍ଯ୍ୟକ୍ରମ କରିଥାଆନ୍ତି । ଏଥିପାଇଁ ସମସ୍ତ ପ୍ରକାରର ବ୍ୟବସ୍ଥା ସମାଜ ପକ୍ଷରୁ କରାଯାଇଥାଏ । ଏଣୁ ଯେଉଁ ପିତାମାତା ବା କର୍ତ୍ତା ଏହି ବ୍ୟବସ୍ଥାର ସୁଯୋଗ ନେଇ ନିଜ ପୁଅର ବ୍ରତ କରିବା ପାଇଁ ଇଚ୍ଛୁକ ଅଛନ୍ତି ସେମାନେ ଟିଟିଲାଗଡ଼ ବ୍ରାହ୍ମଣ ସମାଜର ସଭାପତି ସୁବୋଧ ଚନ୍ଦ୍ର ଦାଶ କିମ୍ବା ସମ୍ପାଦକ ସତ୍ୟବ୍ରତ ପଣ୍ଡାଙ୍କ ସହିତ ଯୋଗାଯୋଗ କରିପାରିବେ ବୋଲି କହିଛନ୍ତି ।

jayashree
Leave A Reply

Your email address will not be published.