jayashree

ବିକାଶ ଆବାସିକ ବିଦ୍ୟାଳୟରେ ଦୁଃସାହାସିକ କ୍ୟାମ୍ପ ଅନୁଷ୍ଠିତ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଭବାନୀପାଟଣା ବିକାଶ ଆବାସିକ ବିଦ୍ୟାଳୟରେ ଦ୍ଵିଦିବସୀୟ ଏଡ୍‌ଭେନ୍‌ଞ୍ଚର୍ସ କ୍ୟାମ୍ପ” ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ଆଇନଜୀବୀ ତଥା ପ୍ରେସିଡେଣ୍ଟ ଅଫ୍‌ ଲିଗାଲ୍‌ ଫ୍ରଣ୍ଟ ହରଜିନ୍ଦର ସିଂ’ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଏହି ଶିବିରରକୁ ଶୁଭ ଉଦ୍‌ଝାଟନ କରିଥିଲେ । ଡ଼. ଅଜୟ ମିଶ୍ର, ଅନୁଷ୍ଠାନର ନିର୍ଦ୍ଦେଶକ ଡି. ଶ୍ୟାମ, ଅନ୍ୟତମ ନିର୍ଦ୍ଦେଶକ ଡି. ରାମ କୁମାର, ଏକାଡେମିକ୍‌ ଇନ୍‌ଚାର୍ଜ ଡି. ବିଜୟା, ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଯୁବରାଜ ନାୟକ, ବିକାଶ ଆବାସିକ ବିଦ୍ୟାଳୟ ଅଧ୍ୟକ୍ଷା ସୁଶ୍ରୀ ଆରତୀ ମିଶ୍ର, କ୍ଲାଇମ୍ବର୍‌ ଏଣ୍ଡ ଏଡ୍‌ଭେନ୍‌ଞ୍ଚର୍ସ କ୍ଲବର ସଭାପତି ଚିନ୍ମୟ ମହାରଣା ପ୍ରମୁଖ ଉପସ୍ଥିତ ରହି ପ୍ରଶିକ୍ଷାର୍ଥୀମାନଙ୍କୁ ପାଠ ସହିତ ଭବିଷ୍ୟତରେ ଜଣେ ସୁସ୍ଥ ନାଗରିକ ହେବାକୁ ପରାମର୍ଶ ଦେଇଥିଲେ । ଏପରିକି ସଫଳ ହେବାକୁ ହେଲେ ଯେକୌଣସି ପରିସ୍ଥିତିରେ ସମ୍ମୁଖୀନ ହେବା ପାଇଁ ଜ୍ଞାନ କୌଶଳର ଆବଶ୍ୟକତା ରହିଛି ତେଣୁ ପାଠ ସହ ଅନ୍ୟାନ୍ୟ ଜ୍ଞାନ କୌଶଳ ଶିକ୍ଷା କରିବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ । ଶିବିରରେ ବିକାଶ ଶିକ୍ଷାନୁଷ୍ଠାନ ସମେତ ଅନ୍ୟାନ୍ୟ ବିଦ୍ୟାଳୟର ପ୍ରାୟ ୨୭୦ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ଦୁଃସାହାସିକ ପ୍ରଶିକ୍ଷଣ ନେଇଥିଲେ । ଏହି ଦୁଃସାହାସିକ ଶିବିରରକୁ ପରିଚାଳନା କରିବା ନିମନ୍ତେ ‘କ୍ଲାଇମ୍ବର୍‌ସ୍‌ ଏଣ୍ଡ ଏଡ୍‌ଭେନ୍‌ଞ୍ଚର୍ସ କ୍ଲବ’ର ୧୮ ଜଣ ପ୍ରଶିକ୍ଷକ ନିୟୋଜିତ ହୋଇଥିଲେ । ଅନୁଷ୍ଠାନର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ସମସ୍ତ କର୍ମଚାରୀ ଏହି ଶିବିରରେ ସହଯୋଗ କରିଥିଲେ ।

Leave A Reply

Your email address will not be published.