oom

ଆରୁହାବୃତ୍ତି ନଂ-୧ ଗ୍ରାମପଞ୍ଚାୟତରେ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ପାଳିତ

jsmm

ଭୋଗରାଇ, (ଶିବନାରାୟଣ ପାତ୍ର) : ପ୍ରଥମ ବିଶ୍ୱ ଓଡିଆ ଭାଷା ସମ୍ମିଳନୀ ଓ ସ୍ୱତନ୍ତ୍ର ଓଡ଼ିଆ ବିଶ୍ୱ ବିଦ୍ୟାଳୟ ପ୍ରତିଷ୍ଠା ରାଜ୍ୟ ସରକାରଙ୍କ ମାତୃଭାଷା ଓଡ଼ିଆ ଭାଷା ବିକାଶ ନିମନ୍ତେ ଏକ ଅନନ୍ୟ ଅଙ୍ଗୀକାର ବଦ୍ଧତା ବୋଲି ଆଜି ଆରୁହାବୃତ୍ତି-୧ ଗ୍ରାମପଞ୍ଚାୟତରେ ଅନୁଷ୍ଠିତ ସାରସ୍ୱତ ସମ୍ୱର୍ଦ୍ଧନା ସମାରୋହ ଓ ମାତୃଭାଷା ସମ୍ପର୍କିତ ପ୍ରତିଯୋଗିତାରେ ଯୋଗଦେଇ ଥିବା ସାରସ୍ୱତ ସାଧକ ଓ ଶିକ୍ଷାବିତ୍‌ମାନେ ମତବ୍ୟକ୍ତ କରିଛନ୍ତି । ଓଡ଼ିଆ ଭାଷା ଓ ସଂସ୍କୃତି ସୁରକ୍ଷା ପରିଷଦର ପ୍ରତିଷ୍ଠାତା ସମ୍ପାଦକ ରାଜକିଶୋର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଜନାର୍ଦ୍ଦନ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୌଭାଗ୍ୟ ରଞ୍ଜନ ଦେ, ମୁଖ୍ୟବକ୍ତା ଭାବେ କବି ସୁକୁମାର ଦାସ, ସମ୍ମାନିତ ଅତିଥି ଭାବେ ସାହିତ୍ୟିକ ଅନନ୍ତ କୁମାର ସାମଲ, ସମାଜସେବୀ ରାମଚନ୍ଦ୍ର ଜେନା, ପ୍ରଧାନ ଶିକ୍ଷକ ମାର୍କଣ୍ଡ ଚରଣ ଜେନା, ସରପଞ୍ଚ ଗୀତାରାଣୀ ଜେନା, ସମିତି ସଭ୍ୟା ଅଞ୍ଜଳି ଜେନା, ନାରୀ ମହାସଂଘ ସଭାନେତ୍ରୀ ସରସ୍ୱତୀ ଜେନା ପ୍ରମୁଖ ଯୋଗ ଦେଇ ଅଭିଭାଷଣ ପ୍ରଦାନ କରିଥିଲେ । ରାଷ୍ଟ୍ରୀୟ ସମ୍ମାନପ୍ରାପ୍ତ ଶୈକ୍ଷିକ ନାଟ୍ୟକାର ତଥା ମୁଖ୍ୟମନ୍ତ୍ରୀ ଶିକ୍ଷକ ସମ୍ମାନପ୍ରାପ୍ତ ଶିକ୍ଷକ ଦେବବ୍ରତ ଦେ, ବରିଷ୍ଠ ନାଟ୍ୟକାର ତଥା ନିର୍ଦ୍ଦେଶକ ଭଗବାନ ଚନ୍ଦ୍ର ପାଳ, ମୁଖ୍ୟବକ୍ତା ଶ୍ରୀଯୁକ୍ତ ଦାସ, ସଭାପତି ଶ୍ରୀଯୁକ୍ତ ଜେନା, ପ୍ରଖ୍ୟାତ ଯୁବକବି ରାଜେନ୍ଦ୍ର କୁମାର ଗିରି, ସମ୍ମାନିତ ଅତିଥି ଶ୍ରୀଯୁକ୍ତ ସାମଲ ପ୍ରମୁଖଙ୍କୁ ସାରସ୍ୱତ ସାଧନା ପାଇଁ ସ୍ୱମର୍ଦ୍ଧିତ କରାଯିବା ସହ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଦେ, ପ୍ରଧାନ ଶିକ୍ଷକ ସଞ୍ଜୟ କୁମାର ଗିରି, କାହ୍ନୁ ଚରଣ ବେହେରା, ମାର୍କଣ୍ଡ ଚରଣ ଜେନା, ଅଶୋକ କୁମାର ସେଠୀ, ସୁବଲ କୁମାର ଜେନା, ପ୍ରଦୀପ କୁମାର ଆଚାର୍ଯ୍ୟ, ସତ୍ୟବ୍ରତ ଦାସ ଅଧିକାରୀ, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ପବନ କୁମାର ବେହେରା ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ଆରୁହାବୃତ୍ତି ବିଦ୍ୟାଳୟ ସମୂହର କୃତି ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ସମାଜସେବୀ ସୁବ୍ରତ କୁମାର ସାହୁ, କାର୍ଯ୍ୟନିର୍ବାହୀ ଅଧିକାରିଣୀ ପୁନମ ଶବର, ନାଏବ ସରପଞ୍ଚ ଶ୍ରୀକୃଷ୍ଣ ପାଳ, ୱାର୍ଡ ସଭ୍ୟ ଅରୁଣ କୁମାର ଜେନା, ଶଙ୍କର ମାଝୀ, ଗୌରହରି କମିଳା, ମନପ୍ରଭା ମୁଖୀ, ସବିତା ଜେନା, ଆରତୀ ବାରିକ, ପାର୍ବତୀ ପରିଡା, ଶତ୍ରୁଘ୍ନ ଗିରି, ମନୋରଞ୍ଜନ ଦେ, ହରାତୁନ ବିବି ପ୍ରମୁଖ ପରିଚାଳନା କରିଥିଲେ ।

jittmm
Leave A Reply

Your email address will not be published.