ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମାୟାବର୍ହାର ଖେଳ ଶିକ୍ଷକ ପ୍ରହଲ୍ଲାଦ ଦାସ ଦୀର୍ଘ ୩୬ ବର୍ଷ ନିରବଚ୍ଛିନ୍ନ ଭାବରେ ଶିକ୍ଷାଦାନ କରି ତା ୩୧ -୧-୨୦୨୪ ରିଖ ଦିନ ନିଜ ଚାକିରି ଜୀବନରୁ ଅବସର ଗ୍ରହଣ କରିଛନ୍ତି । ବିଦ୍ୟାଳୟ ତରଫରୁ ଆୟୋଜିତ ଭବ୍ୟ ସଭାରେ ପ୍ରଧାନ ଶିକ୍ଷକ ରବିଚନ୍ଦ୍ର ପଶାୟତ ସଭାପତିତ୍ୱ କରିଥିବା ବେଳେ ପରିଚାଳନା କମିଟି ସଭାପତି ଘାସିରାମ ସାହୁ, ସଦସ୍ୟ ଭୋଳ।ନ।ଥ ଛତର, ପୂର୍ବତନ ପ୍ରଧାନ ଶିକ୍ଷକ ମନୋଜ ପୂଜାରୀ, ପୂର୍ବତନ କମିଟି ସମ୍ପାଦକ ବ୍ରଜବନ୍ଧୁ ନାୟକ ପ୍ରମୁଖ ଅତିଥି ଭାବରେ ଯୋଗଦେଇ ବିଦାୟୀ ଶିକ୍ଷକଙ୍କ ଗୁଣଗାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଛାତ୍ରୀ ଶିତୁ ସାହୁ, ପ୍ରିନ୍ସ ବାଗ, ବଳରାମ ବିଶ୍ଵାଳ, ଅଙ୍ଗନୱାଡ଼ି କର୍ମୀ ବଲ୍ଲବୀ ବଞ୍ଛୋର, ପୂର୍ବତନ ଶିକ୍ଷକ ଜ୍ୟୋତିସ୍କର ପଣ୍ଡା ପ୍ରଭୃତି ଦାସଙ୍କର ଭୂୟସୀ ପ୍ରଶଂସା କରିଥିଲେ । ହିନ୍ଦୀ ଶିକ୍ଷକ ନନ୍ଦିଘୋଷ ବାରିକ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ କନିଷ୍ଠ ସହାୟକ ସଞ୍ଜୀବ ପୂଜାରୀ ଧନ୍ୟବାଦ ଅର୍ପଣ କରିଥିଲେ । ଛାତ୍ରୀମାନଙ୍କ ଦ୍ୱାରା ଶେଷରେ ପରିବେଷଣ କରିଥିବା ବିଦାୟୀ ସଙ୍ଗୀତ ସମସ୍ତଙ୍କ ଆଖିକୁ ଛଳଛଳ କରିଥିଲା । ବିଜ୍ଞାନ ଶିକ୍ଷକ ଦୀନବନ୍ଧୁ ପ୍ରଧାନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବାବେଳେ କିରଣ, ଲିପି, ସୁରଜ୍, ସମୀର, ବିଭୀଷଣ, ମିନିକେତନ, କିଶୋର ପଟେଲ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ପ୍ରହଲ୍ଲାଦ ଦାସଙ୍କ ନିଜସ୍ଵ ଗ୍ରାମ ଭେଡେନ ବ୍ଲକର ଧୁବେନପଲି ଗ୍ରାମକୁ ଯାଇ ବିଦାୟ ଦେଇଥିଲେ ।

jittmm
Leave A Reply

Your email address will not be published.