- ଉଦ୍ଘାଟନୀ ଦିବସରେ ସର୍ଗଲୁ ଓ ଘୁଷୁରାମୁଣ୍ଡା ଦଳ ବିଜୟୀ
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଚଲକୀ ଜେ.ଜେ ସ୍ପୋର୍ଟ୍ସ କ୍ଳବ ଆନୁକୂଲ୍ୟରେ ୨୭ତମ ଜୟ ଜଗନ୍ନାଥ ଫୁଟବଲ ଟୁର୍ଣ୍ଣାମେଣ୍ଟ ଶନିବାର ଦିନ ଉଦ୍ଘାଟିତ ହୋଇଯାଇଛି । ଉଦ୍ଘାଟନୀ ଦିବସରେ ୨ଗୋଟି ମ୍ୟାଚ ଅନୁଷ୍ଠିତ ହୋଇଥିବା ବେଳେ ସର୍ଗୁଲ ଓ ଘୁଷୁରାମୁଣ୍ଡା ଦଳ ବିଜୟୀ ହୋଇଛନ୍ତି । ଚଲକି ହାଇସ୍କୁଲ ଖେଳପଡିଆଠାରେ ଆୟୋଜିତ ପ୍ରଥମ ମ୍ୟାଚ ସର୍ଗୁଲ ଓ କଦଳୀମୁଣ୍ଡା ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ସର୍ଗୁଲ ଦଳ ୧/୦ ଗୋଲରେ ବିଜୟୀ ହୋଇଥିବା ବେଳେ ଦ୍ୱିତୀୟ ମ୍ୟାଚ ସୁଲେକେଲା ଓ ଘୁଷୁରାମୁଣ୍ଡା ଦଳ ମଧ୍ୟରେ ଅନୁଷ୍ଠିତ ମ୍ୟାଚରେ ଟ୍ରାଇବ୍ରେକର ମାଧ୍ୟମରେ ଘୁଷୁରାମୁଣ୍ଡା ଦଳ ୪/୨ ଗୋଲରେ ବିଜୟୀ ହୋଇଛି । ଉଦ୍ଘାଟନୀ ଦିବସରେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ମୁଖ୍ୟ ଅତିଥି ରୂପେ ଉପସ୍ଥିତ ରହି ଆନୁଷ୍ଠାନିକ ଭାବରେ ଉଦ୍ଘାଟନ କରିବା ସହ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ସମ୍ମାନିତ ଅତିଥି ରୂପେ ଚଲକି ସରପଞ୍ଚ ମମତା ପ୍ରଧାନୀ, ନାଏବ ସରପଞ୍ଚ ବେଣୁଧର ନାଗ, ମଞ୍ଜୁଲତା ମାଝୀ, ଭବାନି ବାଗ, ସନ୍ଧ୍ୟାରାଣୀ ବଗର୍ତ୍ତି, ଉଜ୍ୱଳ ବେରିଆ, ଶାନ୍ତ ମାଝୀ, ପଦ୍ମାବତୀ ବାରିକ, ଶୁକଲ ବାଗ, ଓ ପୂର୍ଣ୍ଣମୀ ଭୋଇ ପ୍ରମୁଖ ଉପସ୍ଥିତ ରହିଥିଲେ । ଏହି ମ୍ୟାଚକୁ ବିବତ୍ସ ମାଝୀ, ଅକ୍ଷୟ ମାଝୀ ଓ ନୀତିନ ମାଝୀ ପ୍ରମୁଖ ପରିଚାଳନା କରିଥିଲେ । ଟୁର୍ଣ୍ଣାମେଣ୍ଟକୁ ଆୟୋଜକ କମିଟି ସଭାପତି ହୀରାଲାଲ ଜୈନ, ସମ୍ପାଦକ ସତ୍ୟବ୍ରତ ଭୋଇ, କୋଷାଧ୍ୟକ୍ଷ ପ୍ରଶାନ୍ତ ଭୋଇଙ୍କ ନେତୃତ୍ୱରେ ରାଜେଶ ବେହେରା, ହିରନ ପାତ୍ର, ବିଶ୍ୱନାଥ ନାହାକ, ପ୍ରସନ୍ନ ନାଗ, ବଣ୍ଟି ବିଶି, ରାଜେଶ ବେହେରା, ରଞ୍ଜୁ ପ୍ରଧାନୀ, ବିକାଶ ନାହାକ ପ୍ରମୁଖ ସହଯୋଗ କରିଥିବା ବେଳେ ଆସନ୍ତାକାଲି ରବିବାରରେ ଚଲକି ସହ ଗୁଡିଘାଟ ଓ ଦେବଙ୍ଗ ସହ ଝରବାହାଲି ଦଳ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ ବୋଲି ଆୟୋଜକ କମିଟି ସୂତ୍ରରୁ ପ୍ରକାଶ ପାଇଛି ।