କଣ୍ଟାବାଞ୍ଜି, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଜ୍ଞାପିତ ପରିଷଦ ତରଫରୁ ରେଲୱେ ଖେଳପଡିଆଠାରେ ୭୫ତମ ଗଣତନ୍ତ୍ର ଦିବସ ଶୁକ୍ରବାର ଦିନ ପାଳିତ ହୋଇଯାଇଛି । ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ବିଧାୟକ ସନ୍ତୋଷ ସିଂହ ସାଲୁଜା ଯୋଗ ଦେଇ ଭାରତ ସ୍ୱାଧୀନ ହେଲା ଓ କାହିଁକି ଆଜିକା ଦିନରେ ଗଣତନ୍ତ୍ର ଦିବସ ପାଳନ କରିଥାଉ ସେ ବିଷୟରେ ବୁଝାଇ କହିଥିଲେ । ଏହି ଅବସରରେ କଣ୍ଟାବାଞ୍ଜିର ସମସ୍ତ ସ୍କୁଲ ଏବଂ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ଏହି ଅବସରରେ ସ୍କୁଲର ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ବିଜ୍ଞାପିତ ପରିଷଦର ଚେୟାରମେନ ବରିୟାମ ସିଂ ସାଲୁଜା, ବିଜ୍ଞାପିତ ପରିଷଦର କର୍ମକର୍ତ୍ତାମାନଙ୍କ ସହ ଜନସାଧାରଣ ଉପସ୍ଥିତ ଥିଲେ ।