ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ୭୫ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଶିଶୁ ମନ୍ଦିର ପରିସରରେ ସମ୍ପାଦକ ଜନକଲାଲ ମେହେର ଦୀପ ପ୍ରଜ୍ୱଳନ ପୂର୍ବକ ପତାକା ଉତ୍ତୋଳନ କରି ମିଳିତ ପ୍ୟାରେଡ଼ରେ ଅଭିଭାଦନ ଗ୍ରହଣ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ଯୁବରାଜ ପଧାନ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସଂଜୀବ ସାହୁ ଗୁରୁଜୀ ସଂଯୋଜନା କରିଥିଲେ । ଦିବା ପର୍ଯ୍ୟାୟ ପ୍ରମୁଖ ମୁଦିରଥ ପଣ୍ଡା ଗୁରୁଜୀ ଧନ୍ୟବାଦ ଅର୍ପଣ କରିଥିବା ବେଳେ ସୁକାନ୍ତ ସାହୁ ଗୁରୁଜୀ ସୂଚନା ଦେଇଥିଲେ । ଠିକ ସେହିପରି ବିଦ୍ୟା ମନ୍ଦିର ପରିସରରେ ସଭାପତି ପୃଥିରାଜ ସାହୁ ଦୀପ ପ୍ରଜ୍ୱଳନ ପୂର୍ବକ ପତାକା ଉତ୍ତୋଳନ କରି ମିଳିତ ପ୍ୟାରେଡ଼ରେ ଅଭିଭାଦନ ଗ୍ରହଣ କରିଥିଲେ । ସହ ପ୍ରଧାନ ଆଚାର୍ଯ୍ୟ ଚୈତନ୍ୟ ଭୋଇ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ଉକ୍ତ କାର୍ଯ୍ୟକ୍ରମରେ କଲ୍ୟାଣୀ ମିଶ୍ର ଗୁରୁମା ସଂଯୋଜନା କରିଥିଲେ । ଦେବରାଜ ଦଣ୍ଡସେନା ଗୁରୁଜୀ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଉପଖଣ୍ଡ ସ୍ତରୀୟ ବିଭିନ୍ନ ପ୍ରତିଯୋଗିତାରେ ଶିଶୁ ବିଦ୍ୟା ମନ୍ଦିରରୁ ୨୭ ଜଣ ଛାତ୍ରଛାତ୍ରୀ ପୁରସ୍କୃତ ହୋଇଥିଲେ । ୧୨୭ ଜଣ ଛାତ୍ରଛାତ୍ରୀ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗନେଇ ଥିଲେ । ସମସ୍ତ ଗୁରୁଜୀ ଗୁରୁମାଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା ।