ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଳକ ଛିନ୍ଦେଇକେଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୭୫ତମ ସାଧାରଣତନ୍ତ୍ର ଦିବସ ମହାଡ଼ଆଡମ୍ବର ସହକାରେ ପାଳିତ ହୋଇଯାଇଛି । ଖେଳ ଶିକ୍ଷକ ଶ୍ରବଣ ମେହେର ଏବଂ ହେମସାଗର ସାହୁଙ୍କ ନେତୃତ୍ୱରେ ପ୍ରାତଃରେ ପ୍ରଭାତ ଫେରି କରି ଛାତ୍ରଛାତ୍ରୀମାନେ ନଗର ପରିକ୍ରମା କରିଥିଲେ । ତତ୍ପରେ ୮.୩୦ସମୟରେ ପତାକା ଉତ୍ତୋଳନ କରିଥିଲେ ସଭାପତି ସନ୍ତୋଷ କୁମାର ପାଢ଼ୀ ଏବଂ ଗଣତନ୍ତ୍ର ଦିବସ ବିଷୟରେ ଉଦ୍ବୋଧନ ଦେଇ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ପ୍ରଧାନ ଶିକ୍ଷକ ଗୋବିନ୍ଦ ମାଝୀ ଓ ତରଣୀସେନ ଦଣ୍ଡସେନା ତାଙ୍କର ଅଭିଭାଷଣ ରଖିଥିଲେ । ପରେ ଆଗରୁ ହୋଇଥିବା କ୍ରୀଡା ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ମେଡାଲ, ଟ୍ରଫି ଓ ମାନପତ୍ର ଦେଇ ପୁରସ୍କୃତ କରାଯାଇଥିଲା । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ କୁମାର ସାହୁ, ଗ୍ରାମର ବରିଷ୍ଠ ସମାଜ ସେବକ ପର୍ଶୁରାମ ସାହୁ, ଚନ୍ଦ୍ରଶେଖର ସାହୁ, ଗୋଷ୍ଠୀ ସଂଯୋଜକ ସନ୍ତୋଷ ମେହେର ପ୍ରମୁଖ ଯୋଗଦାନ କରି ଉତ୍ସବକୁ ସଫଳ ମଣ୍ଡିତ କରିଥିଲେ । ପରେ କୁନି କୁନି ପିଲାମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା । ସଂଯୋଜନା କରିଥିଲେ ତରଣୀସେନ ଦଣ୍ଡସେନା । ସମସ୍ତଙ୍କ ପାଇଁ ବିଦ୍ୟାଳୟ ତରଫରୁ ଭୋଜନ ବ୍ୟବସ୍ଥା କରାଯାଇଥିଲା ।