ମାୟାବର୍ହାରେ ୭୫ତମ ଗଣତନ୍ତ୍ର ଦିବସ ପାଳିତ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ମାୟାବର୍ହା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଓ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତରଫରୁ ମିଳିତ ଭାବରେ ୭୫ତମ ଗଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ମାୟାବର୍ହା ହାଇସ୍କୁଲର ପ୍ରଧାନଶିକ୍ଷକ ରବିଚନ୍ଦ୍ର ପଶାୟତ ଜାତୀୟ ପତାକା ଉତ୍ତୋଳନ କରି ପ୍ୟାରେଡ ଫଲ୍‌ଇନ୍‌ର ସମବେତ ଛାତ୍ରଛାତ୍ରୀଙ୍କୁ ଭାରତବର୍ଷର ସ୍ଵାଧୀନତା ସଂଗ୍ରାମ, ପାର୍ଲିଆମେଣ୍ଟ ଓ ଏକବିଂଶର ଡିଜିଟାଲ ଯୁଗର କ୍ରମାଗତ ବିକାଶ ବିଷୟରେ ବକ୍ତବ୍ୟ ରଖିଥିଲେ । ପରେ ଛାତ୍ରଛାତ୍ରୀମାନେ ମାୟାବର୍ହା ଗ୍ରାମ ପରିକ୍ରମା କରିଥିଲେ । ଖେଳ ଶିକ୍ଷକ ପ୍ରହଲ୍ଲାଦ ଦାଶ ଓ ଚୈତନ୍ୟ ବାରିକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ବରିଷ୍ଠ ଶିକ୍ଷକ ତଥା ସ୍କାଉଟ୍‌ ତାଲିମ କମିଶନର ଦୀନବନ୍ଧୁ ପ୍ରଧାନ ସମଗ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଜୁନିୟର ରେଡ୍‌କ୍ରସ୍‌ ଓ ସ୍କାଉଟ୍‌ ପିଲାମାନେ ଫିଜିକାଲ୍‌ ଡିସ୍‌ପ୍ଲେ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରିଥିଲେ । ମାୟାବର୍ହା ନୋଡାଲ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ମୌନାବତୀ ଜାଲ, ଶିକ୍ଷକ ନନ୍ଦିଘୋଷ ବାରିକ, ସୁଶିଲ ସାହୁ, ବଲ୍ଲଭୀ ବନଛୋର ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ପରିଚାଳନା କମିଟି ଓ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ କର୍ମଚାରୀ ବୃନ୍ଦ ସହଯୋଗ କରିଥିଲେ ।

Leave A Reply

Your email address will not be published.