oom

ଗୌରଗୋଠ ଧାନ କିଣା କେନ୍ଦ୍ରକୁ ନରସିଂହଙ୍କ ଅଚାନକ ପରିଦର୍ଶନ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବିଧାୟକଙ୍କ ଦେଓଗାଁ ଗସ୍ତ ସମୟରେ ଗୌରଗୋଠ ଠାରେ ଉପସ୍ଥିତ ଥିବା ଚାଷୀମାନଙ୍କଠୁ ଧାନକିଣାକୁ ନେଇ ସମସ୍ୟା ଶୁଣିବା ପରେ ସେ ତୁରନ୍ତ ପାଖରେ ଥିବା ଧାନ କିଣା କେନ୍ଦ୍ର ପରିଦର୍ଶନରେ ବାହାରିଥିଲେ । ସେଠାରେ ଦାୟିତ୍ୱରେ ଥିବା ଅଧିକାରୀ ବିଧାୟକ ଶ୍ରୀ ମିଶ୍ରଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ସନ୍ତୋଷଜନକ ଭାବେ ଦେଇପାରି ନଥିଲେ । ଧାନର ମାନ ନିର୍ଦ୍ଧାରଣକୁ ନେଇ କୌଣସି ତଥ୍ୟ ସେଠାରେ ନ ଥିଲା । ଏପରି କି ଧାନକିଣା ରେଜିଷ୍ଟର ତଦାରଖ କଲାବେଳେ ଦେଖାଯାଇଥିଲା ଯେ ଧାନକିଣା ନୀତି ମୁତାବକ ପ୍ରତ୍ୟେକ ଧାନକିଣା କେନ୍ଦ୍ର ପ୍ରଥମେ ସେ ଅଂଚଳର କ୍ଷୁଦ୍ର ଚାଷୀମାନଙ୍କ ଧାନ କିଣିବା କଥା, କିନ୍ତୁ ଏଠାରେ ଧାନକିଣା ନୀତି ନିୟମକୁ ସମ୍ପୁର୍ଣ୍ଣ ଭାବେ ବେଖାତିର କରି ମଣ୍ଡି ଅଧିକାରୀମାନେ କ୍ଷୁଦ୍ର ଚାଷୀଙ୍କୁ ଅଣଦେଖା କରୁଛନ୍ତି । ଏପରିକି ସେଠାରେ ଉପସ୍ଥିତ ଥିବା ଅନେକ ଛୋଟ ବଡ ଚାଷୀ ବିଧାୟକ ଶ୍ରୀ ମିଶ୍ରଙ୍କ ଆଗରେ ଟୋକନର ବ୍ୟବସ୍ଥାକୁ ନେଇ ଅଭିଯୋଗ କରିଥିଲେ । ଏଠାରେ ମଧ୍ୟ କ୍ୱିଣ୍ଟାଲ ପିଛା ୪ରୁ ୫ କେଜି କଟନି ଛଟନି କରୁଥିବା ଅଭିଯୋଗ ଆସିଥିଲା ଏବଂ ଆଶ୍ଚର୍ୟ୍ୟ ବିଷୟ ବିଧାୟକ ଶ୍ରୀ ମିଶ୍ରଙ୍କ ପ୍ରଶ୍ନରେ ସେଠାରେ ଥିବା ମଣ୍ଡି ଅଧିକାରୀମାନେ କଟନି ଛଟନିକୁ ସ୍ୱୀକାର କରିଥିଲେ ଏବଂ ସେମାନେ ଏହା ମଧ୍ୟ ସ୍ୱୀକାର କରିଥିଲେ ଧାନକିଣା କେନ୍ଦ୍ରରେ ଚାଷୀ ଏବଂ ମଣ୍ଡି କର୍ମଚାରୀଙ୍କ ବ୍ୟତୀତ ଅନ୍ୟ କେହି ଉପସ୍ଥିତ ନ ରହିବା ନିର୍ଦ୍ଦେଶ ଥିଲେ ମଧ୍ୟ ଏହି ମଣ୍ଡିରେ ମିଲର୍ସ ନ ଆସିବା ପର୍ୟ୍ୟନ୍ତ ଧାନକିଣା ହେଉନାହିଁ । ଏହି ସବୁ ଅବ୍ୟବସ୍ଥା ଯଦି ନ ସୁଧୁରେ ତେବେ ଆଗାମୀ ଦିନରେ ଦୃଢ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ଶ୍ରୀ ମିଶ୍ର କ୍ଷୋଭର ସହ କହିଥିଲେ । ପରେ ପରେ ଅର୍ଜୁନପୁର ଠାରେ ଉପସ୍ଥିତ ଥିବା ଏକ ଚାଷୀ ବୈଠକରେ ଶ୍ରୀ ମିଶ୍ର ଚାଷୀଙ୍କ ସମସ୍ୟା ଉପରେ ଆଲୋଚନା କରିଥିବା ସୂଚନା ରହିଛି ।

jittmm
Leave A Reply

Your email address will not be published.