jayashree

ସହିଦ ସମ୍ମାନ ସମାରୋହ ୨୦୨୪ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ସାମାଜିକ ତଥା ସହିଦଙ୍କ ପ୍ରତି ସମର୍ପିତ ଅନୁଷ୍ଠାନ ଉଦାହରଣ ଟ୍ରଷ୍ଟ ତରଫରୁ ଦ୍ୱିତୀୟ ସହିଦ ସମ୍ମାନ ସମାରୋହ ୨୦୨୪ ସ୍ଥାନୀୟ ସିଭିକ୍‌ ସେଣ୍ଟରଠାରେ ଅନୁଷ୍ଠିତ ହୋଇଯାଇଛି । ଟ୍ରଷ୍ଟର ଅଧ୍ୟକ୍ଷ ପ୍ରାକ୍ତନ ସିଆର୍‌ପିଏଫ୍‌ ଡିଆଇଜି ଦୟାନିଧି ତନ୍ତୀଙ୍କ ଅଧ୍ୟକ୍ଷତା ଓ ସାଧାରଣ ସମ୍ପାଦକ ସଙ୍କୀର୍ତ୍ତନ ଜୟପୁରିଆଙ୍କ ଆବାହକତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସିଆଇଏସ୍‌ଏଫ୍‌ କମାଣ୍ଡାଣ୍ଟ ଅଶୋକ ଜାଲୱନିଆ, ସୁପରିଟେଣ୍ଡେଣ୍ଟ ଇଂଜିନିୟର ମନୋଜ ମହାନନ୍ଦ, ସମାଜସେବୀ ତାରାଚାନ୍ଦ ପଟ୍ଟନାୟକ ପ୍ରମୁଖ ଅତିଥି ଭାବେ ଯୋଗଦେଇ ସହିଦଙ୍କ ପରିବାରଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଚଳିତ ବର୍ଷ ରାଜ୍ୟର ବିଭନ୍ନ ପ୍ରାନ୍ତରୁ ୮ଜଣ ସହିଦ ପରିବାରକୁ ସମ୍ମାନିତ କରାଯାଇଥିଲା । ସହିଦଙ୍କ ମଧ୍ୟରେ ବାଲିଶଙ୍କରା ବ୍ଲକରୁ ଡେଭିଡ କେରକେଟା ଓ ରାଜେଶ କୁମାର ଏକ୍କା, କୁତ୍ରା ବ୍ଲକର ପରମେଶ୍ୱର ଲାକ୍ରା, ଟାଙ୍ଗରପାଲୀ ବ୍ଲକର ବିକ୍ରମ ମିଞ୍ଜ, ଆନନ୍ଦପୁରର ସୁଶାନ୍ତ ଖୁଣ୍ଟିଆ, ରାଜଗାଙ୍ଗପୁର ବ୍ଲକର କ୍ରୀଷ୍ଣା ତିର୍କି ଓ ଅଞ୍ଚିତ କୁମାର ତିର୍କି, ବନ୍ଧମୁଣ୍ଡା ବ୍ଲକର ଶୁଶିଲ କୁମାର ପାତ୍ରଙ୍କ ପରିବାରଙ୍କୁ ସମ୍ମାନିତ କରାଯାଇଥିଲା । ସୂଚନାଯୋଗ୍ୟ ଯେ ଗତବର୍ଷ ୧୩ ଜଣ ସହିଦଙ୍କ ପରିବାରଙ୍କୁ ସମ୍ମାନିତ କରାଯାଇଥିଲା । ପ୍ରାରମ୍ଭରେ ଅଧ୍ୟକ୍ଷ ଶ୍ରୀ ତନ୍ତୀ ସ୍ୱାଗତ ଭାଷଣ ସହ ଅତିଥିମାନଙ୍କ ପରିଚୟ ପ୍ରଦାନ ଓ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ତଥା ସାଧାରଣ ସମ୍ପାଦକ ଶ୍ରୀ ଜୟପୁରିଆ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ଶେଷରେ ଟ୍ରଷ୍ଟି ଚନ୍ଦ୍ର ଶେଖର ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ । କୋଷାଧ୍ୟକ୍ଷ ରୋହିତ କୁମାର ମହାନନ୍ଦିଆ, ସଭ୍ୟ ବିଶ୍ୱଜିତ ଜେନା, ସଞ୍ଜୟ ପ୍ରଧାନ, ଅଶ୍ୱିନୀ କୁମାର ଶାସିନୀ, ଉଚ୍ଛବ କୁମାର ତନ୍ତୀ, ଶଙ୍କର ଜେନା, ବିମଳ ବିଶି, ସନ୍ତୋଷ ଗରଡିଆ, ରାଜେଶ ତନ୍ତୀ, ଜଗନ୍ନାଥ ପାତ୍ର, ସୁମନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ । ଅନିଲ ମଲ୍ଲିକ ମଞ୍ଚ ସଂଯୋଜନା, ସ୍ମିତା ମିଶ୍ର ଦେଶାତ୍ମବୋଧକ ସଙ୍ଗୀତ ତଥା କୁନି କଳାକାରମାନେ ଦେଶାତ୍ମବୋଧକ ସଙ୍ଗୀତରେ ନୃତ୍ୟ ପରିବେଷଣ କରିଥିଲେ ।

Leave A Reply

Your email address will not be published.