oom

ଶ୍ରୀ ଶ୍ରୀ ତାରାତାରିଣୀ ମନ୍ଦିରରେ ପୂଜାର୍ଚ୍ଚନା

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୬ ହିଲ୍‌ଟପ୍‌ ସ୍ଥିତ ରାଜ୍ୟର ଦ୍ଵିତୀୟ ଶ୍ରୀ ଶ୍ରୀ ତାରାତାରିଣୀ ମନ୍ଦିର ପରିସରରେ ବିଶ୍ଵର ଶାନ୍ତି ନିମନ୍ତେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇଥିଲା । ମନ୍ଦିରର ନୂତନ ପରିଚାଳନା ଟ୍ରଷ୍ଟର ଉପସଭାପତି ସଞ୍ଜୁକ୍ତା ରାଜଗୁରୁ ମହାପାତ୍ରଙ୍କ ସଭାପତିତ୍ୱ ଓ ମନ୍ଦିର ଉନ୍ନୟନ ସମ୍ପାଦକ ଭାସ୍କର ନନ୍ଦଙ୍କ ଆବାହକତ୍ଵ ତଥା ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍‌ର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ ଓ କବୟିତ୍ରୀ ସସ୍ମିତା ପ୍ରଧାନ ଅତିଥି ଭାବେ ଯୋଗଦେଇ ଏହି ପୂଜାର୍ଚ୍ଚନାରେ ଅଂଶଗ୍ରହଣ କରିଥିଲେ । ଅତିଥି ଦ୍ୱୟ ମନ୍ଦିର ପରିସର ବୁଲିବା ସହିତ ପାହାଡ଼ର ପ୍ରାକୃତିକ ମନୋରମ ପରିବେଶକୁ ଉପଭୋଗ କରିବା ସହ ପ୍ରଶଂସା କରିଥିଲେ । ସୂଚନାଯୋଗ୍ୟ ଯେ ରାଜ୍ୟର ପ୍ରଥମ ଶ୍ରୀ ଶ୍ରୀ ତାରାତାରିଣୀ ମନ୍ଦିର ଅଭିବକ୍ତ ଗଞ୍ଜାମ ଜିଲ୍ଲାରେ ଥିବାବେଳେ ଏଠାରେ ରାଜ୍ୟର ଦ୍ଵିତୀୟ ମନ୍ଦିର ୧୯୬୯ରେ ସ୍ଥାପିତ ହେଇଥିଲା । ସେବେଠାରୁ ଏଠାରେ ମା’ ତାରାତାରିଣୀଙ୍କ ମୂର୍ତ୍ତିଙ୍କୁ ବିଧି ଅନୁସାରେ ପୂଜା ପାଠ ସହ ବିଭିନ୍ନ ସମୟରେ ପୂଜା ପାର୍ବଣ କରାଯାଇଥାଏ । ଆଜିର ଏହି ସ୍ୱତନ୍ତ୍ର ପୂଜାରେ ଅନୁଷ୍ଠାନର ବରିଷ୍ଠ କର୍ମକର୍ତ୍ତା ବିଶ୍ୱଜିତ ଜେନା, ଅର୍ଜୁନ ପଣ୍ଡା, କାଳିଦାସ ପାତ୍ର, ମନୋରଞ୍ଜନ ତ୍ରିପାଠୀ, ସୁବାସ ଚନ୍ଦ୍ର ପାଢ଼ୀ, ଲୋକେଶ ରାଉତ, ମୀନକେତନ ନନ୍ଦ, ଭାଗିରଥି ସାହୁ, ପ୍ରଶାନ୍ତ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲାବେଳେ ଶେଷରେ ଶରତ ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ସହରବାସୀଙ୍କୁ ଏହି ମନ୍ଦିର ପରିଦର୍ଶନରେ ଆସି ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଅନୁରୋଧ କରାଯାଇଛି ।

jittmm
Leave A Reply

Your email address will not be published.