jayashree

ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ଵର ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା

ରାଉରକେଲା, (ସସ୍ମିତା ପ୍ରଧାନ) : ହମିରପୁର କଣ୍ଟ୍ରାକ୍ଟର କଲୋନୀ ସ୍ଥିତ ହନୁମାନ ମନ୍ଦିର ପ୍ରାଙ୍ଗଣରେ ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ଵର ମନ୍ଦିର ଓ ବିଗ୍ରହ ପ୍ରାଣ ପ୍ରତିଷ୍ଠା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଚତୁର୍ଦ୍ଦିବସୀୟ କାର୍ଯ୍ୟକ୍ରମରେ ଗତ ୧୯ ତାରିଖ ଦିନ କଳସ ଯାତ୍ରା, ମଣ୍ଡଳୀ କରଣ, ଅଙ୍କୁରରୋପଣ, କୁଣ୍ଡାଧୀବାସ ଓ ଗର୍ଭାଧାନ,୨୦ ତାରିଖରେ ପଞ୍ଚଗବ୍ୟ ଷୋଧନ, ସୂର୍ଯ୍ୟ ପୂଜା, ଯଜ୍ଞ, ଦେବତା ସ୍ଥାପନ, ସ୍ନାନ ଓ ଶୟନ, ୨୧ ତାରିଖରେ ସୂର୍ଯ୍ୟ ପୂଜା, ଗୋ-ପୂଜା, ମଣ୍ଡପୋଯଜ୍ଞ, ଦେବତା ପ୍ରାଣ ପ୍ରତିଷ୍ଠା, ଜୀବନ୍ୟାସ, ମନ୍ଦିର ପ୍ରତିଷ୍ଠା, ନୈବେଦ୍ୟ, ଆଳତୀ ଓ ପୁଷ୍ପାଞ୍ଜଳି, ୨୨ ତାରିଖ ମଣ୍ଡପରେ ପୂଜାରମ୍ଭ, ମନ୍ଦିରରେ ଶତରୂଦ୍ର ଅଭିଷେକ, ବଡ଼ସିଂହାର ବେଶ, ପୂର୍ଣ୍ଣାହୁତି ଓ ଘଟ ବିସର୍ଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥି ଭାବେ ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ, ରାଜ୍ୟ ଶ୍ରମମନ୍ତ୍ରୀ ସାରଦା ପ୍ରସାଦ ନାୟକ, ରଘୁନାଥପାଲି ବିଧାୟକ ସୁବ୍ରତ ତରାଇ, ହରିହର ରାଉତରାୟ, ଆନନ୍ଦ ଚନ୍ଦ୍ର ମହାନ୍ତି, ପ୍ରଶାନ୍ତ ସେଠୀ, ଅଭୟ କୁମାର ଦାସ, ସରୋଜ ରାଉତରାୟ, ବଟକୃଷ୍ଣ ଶତପଥୀ, ମନୋରଞ୍ଜନ ଦାଶ, ଆର୍‌.କେ. ନାୟକ, ଭାସ୍କର ମହାପାତ୍ରଙ୍କ ସମେତ ସହରର ବହୁ ଜଣାଶୁଣା ତଥା ପ୍ରତିଷ୍ଠିତ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ କର୍ତ୍ତା ଭାବେ ସୁରେଶ କୁମାର ଦଳବେହେରା, ପଦ୍ମାବତୀ ଦଳବେହେରା ଦାୟିତ୍ଵ ତୁଳାଇଥିବା ବେଳେ ପଣ୍ଡିତ ଉପେନ୍ଦ୍ର ନନ୍ଦ, ବିଧୁଭୂଷଣ ପଣ୍ଡା, ହରିଶ୍ଚନ୍ଦ୍ର (କାଳିଆ ନନା) ପଣ୍ଡା, ମହେଶ୍ୱର ପଣ୍ଡା, ବଳରାମ ପତି ପ୍ରମୁଖ ପୂଜକ ଦାୟିତ୍ଵ ତୁଳାଇଥିଲେ । ସହସ୍ରାଧିକ ଭକ୍ତ ଯୋଗ ଦେଇ ପ୍ରସାଦ ସେବନ କରିଥିବା ବେଳେ ରାଧାକୃଷ୍ଣ ସଙ୍କୀର୍ତ୍ତନ ମଣ୍ଡଳୀ କୀର୍ତ୍ତନ ପରିବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ମନ୍ଦିର କମିଟି ତରଫରୁ ନିରଞ୍ଜନ ସାମନ୍ତରାୟ, ଜ୍ୟୋସ୍ନା ରାଣୀ ରାଉତ, ଚନ୍ଦ୍ରଭାନୁ ରାଉତ, ଧର୍ମେନ୍ଦ୍ର ଦାଶ, କୈଳାସ ଚନ୍ଦ୍ର ପାତ୍ର, ଶ୍ରୀକାନ୍ତ ସାହୁ, ଡ. ସୁମନ ଦତ୍ତ, ଅଶୋକ ସାହୁ, ସୋହନ ଦଳବେହେରା, ସୁଶ୍ରୀ ସାଧନା, ବିବେକାନନ୍ଦ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.