ବ୍ଲକସ୍ତରୀୟ ଜାତୀୟ ବାଳିକା ଦିବସ ଉଦ୍‌ଯାପିତ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ସ୍ଥିତ ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ପରିସରଠାରେ ବ୍ଲକସ୍ତରୀୟ ଜାତୀୟ ବାଳିକା ଦିବସ ସମାରୋହ ଉଦ୍‌ଯାପିତ ହୋଇଯାଇଛି । ଏହି ଅବସରରେ ସିନିୟର ଓ ଜୁନିୟର ଛାତ୍ରୀମାନଙ୍କୁ ନେଇ ବକୃତା, ଚିତ୍ରାଙ୍କନ ଓ ସ୍ଲୋଗାନ ଲିଖନ ପ୍ରଭୃତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ୧୦୨ ଜଣ ଛାତ୍ରୀ ଅଂଶଗ୍ରହଣ କରିଥିଲେ । ଉକ୍ତ ପ୍ରତିଯୋଗିତାରେ ଜର୍ଜ ଭାବରେ ଶିକ୍ଷୟତ୍ରୀ ବୀଣାପାଣି ନନ୍ଦ, ପଦ୍ମାଳୟ ତ୍ରିପାଠୀ, ମମତା ମହାନନ୍ଦ, କମଳିନୀ ନନ୍ଦ, ଗୀତାଞ୍ଜଳି ମହାକୁର, ରିନୁ ସାହୁ, ହିରଣ୍ମୟୀ ପୃଷେଠ, ଚାରୁଲତା ମିଶ୍ର ଓ ଉମାପ୍ରଶାଦିନ ମେହେର ପ୍ରମୁଖ କାର୍ଯ୍ୟ ତୁଲାଇଥିଲେ । ଏହାର ପୁରସ୍କାର ବିତରଣୀ ଉତ୍ସବରେ ବ୍ଲକ ଶିକ୍ଷା ଅଧିକାରୀ ଗୋବର୍ଦ୍ଧନ ଭୋଇ ମୁଖ୍ୟଅତିଥି ଭାବେ ଯୋଗଦାନ କରି ଥିବା ବେଳେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଶିକ୍ଷା ଅଧିକାରୀ ରିତାରାଣୀ ତ୍ରିପାଠୀ, ନରେନ୍ଦ୍ର ସାହୁ ଓ ବିଆର୍‌ସିସି ନାରାୟଣ ଭୋଇ ପ୍ରମୁଖ ଉପସ୍ଥିତ ରହି ଛାତ୍ରୀମାନଙ୍କ ଉଜ୍ୱଳ ଭବିଷ୍ୟତ ଉପରେ ଆଲୋକପାତ କରି ଉତ୍ସାହିତ କରି ଛାତ୍ରୀ ରୀନା ମାଝୀ, ଲିଜା ରାଜହଂସ, ଇପ୍ସିତା ମେହେର, ଶ୍ରଦ୍ଧାନନ୍ଦ ସାହୁ, ବର୍ଷା ବାଗ ଓ ମାମାନୀ ପ୍ରଧାନ ପ୍ରମୁଖ ଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ଏଥିରେ ସିଆର୍‌ସିସି ଶେଷଦେବ ପ୍ରଧାନ, ହରି ନାଗ, ଲକ୍ଷରାଜ ମେହେର, ଚିନ୍ତା ସାହୁ ଓ ଏମ୍‌ଆଇଏସ୍‌ ଦିଲୀପ ବେହେରା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Leave A Reply

Your email address will not be published.