ଖପ୍ରାଖୋଲ ପୋଲିସ ଦ୍ୱାରା ୧୨ ଜଣ ଦାଦନ ଶ୍ରମିକ ଉଦ୍ଧାର

ଖପ୍ରାଖୋଲ, (ଅଶୋକ କୁମାର ବାଗ) : କିଛି ଦିନର ନୀରବତା ପରେ ପୁଣି ଖପ୍ରାଖୋଲ ପୋଲିସ ଦ୍ୱାରା ସୋମବାର ୧୨ ଜଣ ଦାଦନ ଶ୍ରମିକ ଉଦ୍ଧାର ହୋଇଥିବା ଜଣାପଡିଛି । ଉଦ୍ଧାର ଶ୍ରମିକମାନେ ଖପ୍ରାଖୋଲ ଥାନା ମଟିଆଭଟା ପଞ୍ଚାୟତ ଅନ୍ତର୍ଗତ ପୁତୁଲାମହୁଲ ଗାଁର ବୋଲି ଜଣାପଡିଛି । ସୂଚନା ଅନୁସାରେ ଖପ୍ରାଖୋଲ ପୋଲିସ ପେଟ୍ରୋଲିଙ୍ଗ କଲା ସମୟରେ ପୁତୁଲାମହୁଲ ଗ୍ରାମ ନିକଟରୁ ଏକ ବୋଲେରୋ ଗାଡି ନଂ ଓଆର୍‌୦୮ଏଫ୍ -୧୨୬୬ ଗାଡିରେ ୩ ଜଣ ଶିଶୁ ସମେତ ୯ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଥିଲେ । ସମସ୍ତ ଶ୍ରମିକଙ୍କୁ ଉଦ୍ଧାର କରି ଖପ୍ରାଖୋଲ ଥାନାକୁ ଅଣାଯାଇ ଥିବା ବେଳେ ପଚରା ଉଚରା ପରେ ସେମାନଙ୍କୁ ଖପ୍ରାଖୋଲ ଥାନା ବାଗଝରଣ ଗ୍ରାମର ଦାଦନ ସର୍ଦ୍ଦାର ଗୁରୁଦେବ ବାରିକ(୨୯) ସେମାନଙ୍କୁ ପ୍ରଥମେ ଲାଠୋର ଓ ପରେ ତେଲେଙ୍ଗାନା ରାଜ୍ୟ ଅନ୍ତର୍ଗତ ୱାରଙ୍ଗଲ ସିଟିକୁ ଇଟାଭାଟିରେ କାମ କରାଇବା ପାଇଁ ବେଆଇନ ଭାବେ ଚାଲାଣ କରୁଥିବା ଜଣାପଡିଛି । ବେଆଇନ ଦାଦନ ଚାଲାଣ କରୁଥିବା ନେଇ ଖପ୍ରାଖୋଲ ଥାନା କେସ୍‌ ନଂ ୨୮/୨୦୨୪ରେ ଭାରତୀୟ ପେନାଲ କୋର୍ଡ ଧାରା ୩୭୦/୩୭୪/୪୧୭/ ୨୫ ଅନ୍ତଃରାଜ୍ୟ ପ୍ରବାସୀ ଶ୍ରମିକ ଅଧିନିୟମ ଏବଂ ୧୪ ସିଏଲ୍‌ପିଆର୍‌ ଏକ୍ଟ ଅନୁଯାୟୀ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ସମସ୍ତ ଶ୍ରମିକଙ୍କୁ ନିଜ ନିଜ ଘରକୁ ପଠେଇ ଦେଇଥିବା ବେଳେ କେସ୍‌କୁ ନେଇ ଅଧିକ ତଦନ୍ତ ଚାଲିଥିବା ଖପ୍ରାଖୋଲ ଥାନା ଅଧିକାରୀ ରମାକାନ୍ତ ସାହୁ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.