ଟୋକିଓ : ବ୍ରିଟେନର କରୋନା ଭୂତାଣୁର ନୂତନ ମ୍ୟୁଟାଣ୍ଟ ଷ୍ଟ୍ରେନ୍ ଜାପାନରେ ବି ପହଞ୍ଚିଛି । ଜାପାନର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହା ନିଶ୍ଚିତ କରିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ, ବ୍ରିଟେନରେ ବୃଦ୍ଧି ପାଇଥିବା କରୋନାର ନୂତନ ପ୍ରକାରର ପ୍ରଥମ ରୋଗୀ ଜାପାନରେ ପାଇଛନ୍ତି ।
ଡିସେମ୍ବର ୧୮ ରୁ ଡିସେମ୍ବର ୨୧ ପର୍ୟ୍ୟନ୍ତ ବ୍ରିଟେନର ୫ ଜଣ ବ୍ୟକ୍ତି, ଯେଉଁମାନେ କରୋନା ପଜିଟିଭ୍ ଅଛନ୍ତି ସେମାନେ ଜାପାନରେ ପହଞ୍ଚିଛନ୍ତି । ଏହି ଲୋକମାନେ ବ୍ରିଟେନରୁ ଫେରିବା ବେଳକୁ ବ୍ରିଟେନରୁ ଫେରୁଥିବା ଲୋକଙ୍କ ପାଇଁ ଜାପାନ କଡା ପଦକ୍ଷେପ ନେଇ ନଥିଲା ।
ଏହି ପାଞ୍ଚ ଜଣଙ୍କ ମଧ୍ୟରେ ଜଣେ ୬୦ ବର୍ଷ ବୟସ୍କ ବ୍ୟକ୍ତି ଥକାପଣ ଏବଂ ଜ୍ୱରରେ ସଂକ୍ରମିତ ଥିବାବେଳେ ଅନ୍ୟ ୪ ଜଣଙ୍ଙ୍କ କରୋନା ଲକ୍ଷଣ ନାହିିଁ । ଜାପାନର ସ୍ୱାସ୍ଥ୍ୟମନ୍ତ୍ରୀ ନୋରିହିସା ତୌମୁରା କହିଛନ୍ତି ଯେ, ଏହି ପାଞ୍ଚ ଜଣଙ୍କ ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍ ହୋଇଛି । ଏହା ପରେ ଏହି ପାଞ୍ଚଜଣଙ୍କୁ ବିମାନବନ୍ଦରରୁ କ୍ୱାରେନ୍ଟାଇନ୍ ସେଣ୍ଟରକୁ ପଠାଯାଇଥିଲା ।