ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଖୋଲା ହେଲା ଡୁଡୁକା ପଶୁ ଡାକ୍ତରଖାନାର ବନ୍ଦ କୋଠରୀ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକର ଡୁଡୁକାଠାରେ ଥିବା ଗୋଷ୍ଠୀ ପଶୁ ଡାକ୍ତରଖାନାର ୨ଟି କୋଠରୀକୁ ମାଜିଷ୍ଟ୍ରେଟ୍ ଓ ପୋଲିସର ଉପସ୍ଥିତିରେ ତାଲା ଭାଙ୍ଗି ଖୋଲା ଯାଇଛି । ସେହି କୋଠରୀ ଭିତରେ ଲକ୍ଷ ଲକ୍ଷ ଟଙ୍କାର ସରକାରୀ ସଂପତ୍ତି ସହ ଲକ୍ଷାଧିକ ଟଙ୍କାର ଔଷଧ ସଢ଼ି ଯାଇଥିବା ଦେଖିବାକୁ ମିଳିଛି । ନଷ୍ଟ ହୋଇଥିବା ଯଂନ୍ତ୍ରାଶ ଭିତରେ ଅଛି କମ୍ପ୍ୟୁଟର, ଫ୍ରିଜ, ଆଲମାରୀ, ଚଉକି, ଟେବୁଲ, ଅଫିସର ଅନେକ କାଗଜାତ୍‌ ସହ ଫାଇଲପତ୍ର, ଇଲୋକଟ୍ରୋନିକ୍‌ ଜିନିଷ ଆଦି ଅନେକ ଜିନିଷ । ଉକ୍ତ ବିଷୟରେ ବିଭାଗୀୟ ଅଧିକାରୀଙ୍କୁ ପଚାରିବାରୁ ଆମେ ଏ ବିଷୟରେ କିଛି ଜାଣିନାହୁଁ ବୋଲି କହିଛନ୍ତି । ଯଦି ଉକ୍ତ କୋଠରୀକୁ ଆଗରୁ ଖୋଲା ଯାଇଥାନ୍ତା ତେବେ ଏତେ ପରିମାଣର କ୍ଷତି ଘଟିନଥାନ୍ତା ବୋଲି ସାଧାରଣରେ ଆଲୋଚନା ହେଉଛି । ଏହା ଉପରେ ଉଚ୍ଚସ୍ତରୀୟ ତଦନ୍ତ ଦାବୀ ହେଉଛି । ତାଲା ଭଙ୍ଗା ସମୟରେ ଆଗଲପୁର ଅତିରିକ୍ତ ତହସିଲଦାର ପ୍ରଭାକର ପ୍ରଧାନ, ଆଗଲପୁର ଥାନା ଅଧିକାରୀ ବାସୁଦେବ ଭୋଇ, ପଶୁ ଚିକିତ୍ସା ଅଧିକାରୀ ରଜନୀ ଏକ୍କା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.