ଦିଲ୍ଲୀପ ରାୟଙ୍କ ଜନ୍ମଦିନ ଉପଲକ୍ଷେ ଦ୍ୱୀପ ପ୍ରଜ୍ଜ୍ୱଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କ ୭୧ତମ ଜନ୍ମଦିନ ଉପଲକ୍ଷେ ସହରର ବିଭିନ୍ନ ସ୍ଥାନରେ ଶୁଭମନାସୀ ଦ୍ୱୀପ ପ୍ରଜ୍ଜ୍ୱଳନ ଓ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ସଚେତନ ନାଗରିକ ମଞ୍ଚ ତରଫରୁ ଉଦିତ ନଗର ସ୍ଥିତ ମା’ ସିଂହାସିନୀ ମନ୍ଦିରଠାରେ ମଞ୍ଚର କର୍ମକର୍ତ୍ତାଗଣ ଏକାଠି ହୋଇ ୭୧ଟି ଦ୍ୱୀପ ପ୍ରଜ୍ଜ୍ୱଳନ କରି ଶୁଭମନାସୀ ଥିଲେ । ସଭାପତି ବିମଳ କୁମାର ବିଶି ଓ ସାଧାରଣ ସମ୍ପାଦକ ପି. ପି ରାୟ ତଥା ଅନ୍ୟ କର୍ମକର୍ତ୍ତାଗଣ ଶୁଭେଚ୍ଛା ବାର୍ତ୍ତାରେ କହିଲେ ଯେ ଶ୍ରୀରାୟ ଖାଲି ରାଉରକେଲା ବା ରାଜ୍ୟର ନୁହଁ, ସମଗ୍ର ଭାରତବର୍ଷରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା ବ୍ୟକ୍ତିତ୍ୱ । ଜଣେ କର୍ମଠ, ମେଳାପୀ, ଦାୟିତ୍ୱବାନ ଓ ସହୃଦୟର ବ୍ୟକ୍ତି ଭାବେ ଆମ ସହରରେ ସୁପରିଚିତ ନାମ । ବ୍ୟବସାୟ ହେଉ ଅବା ରାଜନୀତି ସବୁ କ୍ଷେତ୍ରରେ ତାଙ୍କର ପାରଦର୍ଶିତା ଓ ଧୀ ଶକ୍ତି ବଳରେ ଏକ ଛାପ ଛାଡିଛନ୍ତି । ଯାହା ତାଙ୍କ ବ୍ୟକ୍ତିତ୍ୱର ଅନ୍ୟ ଏକ ଦିଗ । ଜଣେ ଲୋକପ୍ରିୟ ନେତା ହିସାବରେ ସେ ପ୍ରତିଦ୍ୱନ୍ଦୀ ନେତାଙ୍କ ଆଖିରୁ ନିଦ ହଜାଇ ଦେଖିପାରନ୍ତି । ପୁଣି ମାଟିର ପୁଅ ହିସାବରେ ମାଟି ପାଇଁ ତଙ୍କର ଚିନ୍ତନ ଅନ୍ୟକୁ ଅନୁପ୍ରାଣିତ କରିପାରେ । ଶ୍ରୀ ରାୟ ହେଉଛନ୍ତି ଅନେକଙ୍କ ମଧ୍ୟରେ ଏକ ସମ୍ଭାବନାର ସ୍ଵର । ଆଜିର ଏହି ସ୍ଵନକ୍ଷତ୍ର ଦିବସ ଉପଲକ୍ଷେ ତାଙ୍କର ଶୂଭ ମନାସିବା ସହ ଦୀର୍ଘାୟୁ ଜୀବନ କାମନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଶ୍ରୀ ବିଶି ଓ ଶ୍ରୀ ରାୟଙ୍କ ବ୍ୟତୀତ ଅନ୍ୟମାନଙ୍କ ମଧ୍ୟରେ । ଜଗବନ୍ଧୁ ଜେନା, ଉପେନ୍ଦ୍ର ନାୟକ, ଜଗନ୍ନାଥ ରାଉତ, ଅକ୍ଷୟ କୁମାର ଜେନା, ଚକ୍ରାନ୍ତ ଜେନା, ସୁନାକର ନାୟକ, ସୁନୀଲ କାୟଲ, ଭବାନୀ କବି, ଅରୁଣ ପରିଡ଼ା, ଶୈଳେନ୍ଦ୍ର ମହାନ୍ତି, ଅକ୍ଷୟ ଦାସ, ଅବିନାଶ ଡନ ପ୍ରଧାନ, ମୀନତି ବିଶ୍ୱାଳ, ଭଜହରି ଦାସ, ରଞ୍ଜିତ ନାୟକ, କୁଞ୍ଜବିହାରୀ ରାଉତ ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ହମିରପୁର କଣ୍ଟ୍ରାକ୍ଟର କଲୋନୀ ସ୍ଥିତ ଶ୍ରୀ ନୀଳକଣ୍ଠେଶ୍ଵର ମନ୍ଦିର ପରିସରରେ ନିରଞ୍ଜନ ସାମନ୍ତରାୟ, ଜ୍ୟୋସ୍ନା ରାଣୀ ରାଉତ, ନିରଞ୍ଜନ ଦାସ, ଭାଗିରଥି ମଲ୍ଲିକ ଓ ବହୁ ବାସିନ୍ଦା ଦିଲ୍ଲୀପ ବାବୁଙ୍କ ଜନ୍ମଦିନରେ ଦୀର୍ଘ ଜୀବନ କାମନା କରି ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ ।

Leave A Reply

Your email address will not be published.