ଡୁଡୁକାପଡ଼ାରେ ପୂର୍ବ ଶତ୍ରୁତାରୁ ୨ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ : ଜେଲ ଗଲେ ଆକ୍ରମଣକାରୀ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଗଅଁରେଇ ପଞ୍ଚାୟତ ଡୁଡୁକାପଡ଼ା ଗ୍ରାମରେ ପୂର୍ବ ଶତ୍ରୁତାରୁ ଦୁଇଜଣ ଯୁବକଙ୍କୁ ଜଣେ ଯୁବକ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଯୁବକଙ୍କୁ ଜେଲ ଯିବାକୁ ପଡ଼ିଥିବା ଜଣାପଡିଛି । ଥାନା ପୁଲିସ ଏସ୍‌ଆଇ ପ୍ରମୋଦ କୁମାର ପଧାନଙ୍କ ସୂଚନାମତେ ଡୁଡୁକାପଡ଼ା ଗ୍ରାମର କାହ୍ନୁ ଛୁରା(୩୨) ଓ ଧୀରମନ ମୁଗ୍ରୀ(୩୨)ଙ୍କୁ ଗତ ୫ ତାରିଖ ସନ୍ଧ୍ୟାରେ ପୂର୍ବ ଶତ୍ରୁତାରୁ ଗ୍ରାମର ଦୁର୍ୟ୍ୟେ ଛୁରା(୨୪) ନିଜେ ପିନ୍ଧିଥିବା ହାତ ବଳା ଓ ଭଙ୍ଗାଇଟା ମାରି ମରଣାନ୍ତକ ଆକ୍ରମଣ କରିଥିଲେ । କାହ୍ନୁ ରକ୍ତାକ୍ତ ହୋଇ ଗୁରୁତର ଆହତ ହୋଇଥିବା ବେଳେ ଧୀରମନ ମଧ୍ୟ ସାମାନ୍ୟ ଆହତ ହୋଇଥିଲେ । ଆକ୍ରମଣକୁ ନେଇ କାହ୍ନୁ ଦୁର୍ୟ୍ୟେ ବିରୁଦ୍ଧରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏ ସମ୍ପର୍କରେ ଥାନାରେ କେସ ନଂ ୦୨/୨୦୨୪ ରୁଜ୍ଜୁ ହୋଇ ଦଫା ୩୪୧/୨୯୪/୩୨୩/୩୦୭/୫୦୬/୩୪ ଆଇପିସିରେ ଅଭିଯୁକ୍ତ ଦୁର୍ଯ୍ୟେଙ୍କୁ ଗିରଫ କରି ଅଧିକ ତଦନ୍ତ ପରେ ସୋମବାର କୋର୍ଟ ଚାଲାଣ କରାଯାଇଥିବା ବେଳେ ଜାମିନ ଆବେଦନ ଖାରଜ ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି ବୋଲି ଥାନା ଆଇଆଇସି ସିପୋରା ସରାୟ ଲୁଗୁନ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.