ଜାମପଦର ପ୍ରାଥମିକ ବିଦ୍ୟାଳୟରୁ ୨ଟି ଗ୍ୟାସ ସିଲିଣ୍ଡର ଚୋରି, ଥାନାରେ ମାମଲା ରୁଜ୍ଜୁ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଚଳକୀ ପଞ୍ଚାୟତ ଜାମପଦର ଗ୍ରାମ ପ୍ରାଥମିକ ବିଦ୍ୟାଳୟରୁ ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନ ଭୋଜନରେ ବ୍ୟବହୃତ ୨ଟି ଗ୍ୟାସ ସିଲିଣ୍ଡର ଚୋରି ହୋଇଥିବା ନେଇ ପ୍ରଧାନ ଶିକ୍ଷକ କୁଞ୍ଜବିହାରୀ କୁଅଁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଛୁଟି ପରେ ସ୍କୁଲ ଖୋଲିବା ପରେ ସ୍କୁଲର ଦୁଇଟି ଗ୍ୟାସ ସିଲିଣ୍ଡର ଚୋରି ହୋଇଥିବା ନେଇ ପ୍ରଧାନ ଶିକ୍ଷକଙ୍କ ସହ ଅନ୍ୟ ଶିକ୍ଷକମାନେ ଜାଣିପାରିଥଲେ । ଗୋଟିଏ ସିଲିଣ୍ଡର ମଧ୍ୟାହ୍ନ ଭୋଜନ ରୋଷେଇରେ ବ୍ୟବହାର ହୋଇଥିବା ବେଳେ ଆଉ ଗୋଟିଏ ଖାଲିଥିବା ଜଣାପଡ଼ିଛି । ଚୋରି ହୋଇଥିବା ନେଇ ପ୍ରଧାନ ଶିକ୍ଷକଙ୍କ ଏତଲା ଆଧାରରେ ପୁଲିସ କେସ ନଂ ୦୬/୨୦୨୪ ରୁଜ୍ଜୁ କରି ଅଧିକ ତଦନ୍ତ ଆରମ୍ଭ କରିଥିବା ଥାନା ଆଇଆଇସି ସିପୋରା ସରାୟ ଲୁଗୁନ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.