ନୂଆଦିଲ୍ଲୀ : ଆଲାସ୍କା ଏୟାରଲାଇନ୍ସର ବୋଇଂ ୭୩୭-୯ ମ୍ୟାକ୍ସ ବିମାନ ଉଡ଼ାଣ ଭରିବାର କିଛି ମିନିଟ୍ ପରେ ମଝି ଆକାଶରେ କବାଟ ଖୋଲିଯିବାରୁ ଜରୁରିକାଳୀନ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିଥିଲା । ଯାତ୍ରୀମାନେ ଭୀଷଣ ଆତଙ୍କିତ ହୋଇପଡ଼ିଥିଲେ । ସେମାନେ ଉଠାଇଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ ମଝି କ୍ୟାବିନ୍ର ପ୍ରସ୍ଥାନ କବାଟ ବିମାନଠାରୁ ସମ୍ପୂର୍ଣ୍ଣ ଅଲଗା ହୋଇଯାଇଛି । ପୋର୍ଟଲ୍ୟାଣ୍ଡରୁ ଓଣ୍ଟାରିଓ, କାଲିଫର୍ଣ୍ଣିଆ ଅଭିମୁଖେ ଯାଉଥିବା ଏଏସ୍ ୧୨୮୨ ବିମାନଟି ଗତକାଲି ସନ୍ଧ୍ୟାରେ ଏହି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ତେବେ ୧୭୧ ଯାତ୍ରୀ ଓ ୬ ଜଣ କ୍ରୁ ମେମ୍ବରଙ୍କୁ ନେଇ ବିମାନଟି ସୁରକ୍ଷିତ ଭାବେ ପୋର୍ଟଲାଣ୍ଡ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିଥିଲା ।
Prev Post