ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା

ବାସୁଦେବପୁର : ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା ହୋଇ ଜଣଙ୍କର ମୃତ୍ୟୃ ହୋଇଥିବା ବେଳେ ଆଉ ଜଣେ ଗୁରୁତର ଥିବା ଖବର ମିଳିଛି । ଭଦ୍ରକ ଜାମୁଝାଡି ବାସୁଦେବପୁର ରାସ୍ତା ବିଷ୍ଣୁବିନ୍ଧା ଛକରେ ଘଟିଛ ଏହି ଦୁର୍ଘଟଣା । ଗୁରୁତରଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଥିବା ଖବର ମିଳିଛି । ସୂଚନା ଅନୁଯାୟୀ, ବିଷ୍ଣୁବିନ୍ଧା ଛକ ନିକଟରେ ଦୁଇଟି ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଯାହା ଫଳରେ ଦୁଇଜଣ ବାଇକ ଆରୋହୀ ଗୁରୁତର ହୋଇଥିଲେ । ଏହାପରେ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ହେଲେ ସେଠାରେ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଅନ୍ୟ ଗୁରୁତରଙ୍କ ଅବସ୍ଥା ଗୁରୁତର ଥିବାରୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।

Leave A Reply

Your email address will not be published.