ମଦନପୁରରେ ପଞ୍ଚାୟତସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୪

କଳାହାଣ୍ଡି, (ପି.କେ ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଳକ ମଦନପୁରଠାରେ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୪ ପାଳିତ ହୋଇଯାଇଛି । ସରପଞ୍ଚ କେତକୀ ଦଣ୍ଡିଆଙ୍କ ନେତୃତ୍ୱରେ ମଶାଲ ଯାତ୍ରା ଗ୍ରାମ ପରିକ୍ରମା କରିଥିଲେ । ମୁଖ୍ୟଅତିଥି ଭାବେ ନର୍ଲା ବିଧାୟକ ଭୁପିନ୍ଦର ସିଂ, ସମ୍ମାନିତ ଅତିଥି ଭାବେ ବ୍ଳକ ଅଧ୍ୟକ୍ଷା ମନ୍ଦାକିନୀ ସିଂଦେଓ, ସରପଞ୍ଚ ସଂଘ ରାଜ୍ୟ ସଭାପତି ରାଷ୍ଟ୍ର ସାହୁ, ଜିଲ୍ଲା ସଭାପତି ସୁବୋଧ ରଣା, ସମାଜସେବୀ ବିକାଶ ରଞ୍ଜନ ସିଂଦେଓ, ସୁଦର୍ଶନ ଦଣ୍ଡିଆ, ପ୍ରଦିପ ପାଣିଗ୍ରାହୀ, ସମିତି ସଭ୍ୟ ପଦ୍ମିନୀ ଭୋଇ ଉପସ୍ଥିତ ରହି କଳାହାଣ୍ଡିର କଳା ସଂସ୍କୃତି ଉପରେ ବକ୍ତବ୍ୟ ରଖିଥିବା ବେଳେ କୃତି କଳାକାରମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ପଞ୍ଚାୟତ ନିର୍ବାହୀ ଅଧିକାରୀ ସୁରଜ ସନିଶ୍ଚର, ନାଏବ ସରପଞ୍ଚ ବିରାଟ ମୁଣ୍ଡଛିନା ତଥା ସମସ୍ତ ସଭ୍ୟ/ ସଭ୍ୟାମାନେ ସାହାର୍ଯ୍ୟ ସହଯୋଗ କରିଥିଲେ । ଏଥିରେ ବିଭିନ୍ନ ବିଭାଗର ପ୍ରଦର୍ଶନୀ ସହିତ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସମସ୍ତଙ୍କ ମନ ମୋହିଥିଲା ।

jittmm
Leave A Reply

Your email address will not be published.