ୟଙ୍ଗ୍‌ ଷ୍ଟାର୍‌ ଶୁଭମ୍‌ ଦର୍ଜୀଙ୍କ ପାଇଁ ଆଜି ଗର୍ବିତ ବଲାଙ୍ଗିର ମାଟି

ଆଜିର ସମାଜରେ ଅନେକ ଯୁବକ ନିଶାଗ୍ରସ୍ତ ହୋଇ ପଥଭ୍ରଷ୍ଟ ହେଉଥିବାର ଦେଖିବାକୁ ମିଳିଛି । ଖୁବ୍‌ କମ୍‌ ଯୁବକ ଅଛନ୍ତି, ଯେଉଁମାନେ ନିଜର ନିଷ୍ଠା ବଳରେ ସମାଜରେ ନିଜକୁ ବଳିଷ୍ଠ ଭାବେ ଗଢ଼ି ତୋଳିବାରେ ସକ୍ଷମ ହୋଇ ପାରୁଛନ୍ତି । ସେଭଳି ଜଣେ ନିଷ୍ଠାବାନ ଯୁବକଙ୍କ ବିଷୟରେ ଆସନ୍ତୁ ଆଜି ଜାଣିବା ।

ବଲାଙ୍ଗିର ସହରର ରାଧାରାଣୀପଡ଼ା ନିବାସୀ ଶୁଭମ୍‌ ଦର୍ଜୀ ଜଣେ ଏଭଳି ଯୁବକ, ଯିଏ ଉଦ୍ୟୋଗ କ୍ଷେତ୍ରରେ ନିଜକୁ ସଫଳତାର ସହ ଗଢ଼ି ତୋଳିବାରେ ସାମର୍ଥ୍ୟ ପ୍ରତିପାଦନ କରି ପାରିଛନ୍ତି । ଯୁବ ଉଦ୍ୟୋଗୀ ତଥା ୟଙ୍ଗ୍‌ ଷ୍ଟାର୍‌ ଶୁଭମ୍‌ କୁମାର ଦର୍ଜୀ, ଯାହାଙ୍କ ପାଇଁ ଆଜି ବଲାଙ୍ଗିର ମାଟି ଖାଲି ନୁହେଁ, ସାରା ପଶ୍ଚିମ ଓଡ଼ିଶା ଗର୍ବ ଓ ଗୌରବ ସାଜିଛି । ଶୁଭମ୍‌ଙ୍କ ବାପାଙ୍କ ଏକ ଛୋଟ କିରାନା ଦୋକାନ ରହିଥିଲା । ଶୁଭମ୍‌ ପାଠ ପଢ଼ା ସାରିବା ପରେ ସେହି କିରାନା ଦେକାନ ଠୁ ହିଁ ନିଜର ବୁଦ୍ଧି ଖଟାଇ ବ୍ୟବସାୟ ପ୍ରତି ମନ ବଳାଇଲେ ।

ଆଉ ନିଜ ଉଦ୍ୟମରେ ଏକ ଅତ୍ୟାଧୁନିକ ଜିମ୍‌ ସେଂଟର ଖୋଲି ଜିମ୍‌ ଟ୍ରେନିଂ ଦେବା ଆରମ୍ଭ କରି ବେଶ୍‌ ସଫଳତା ପାଇଥିବା ବେଳେ ‘ମିଶନ୍‌ ଫିଟ୍‌ ବଲାଙ୍ଗିର’ ଶୁଭମଙ୍କ ସ୍ୱପ୍ନ ରହିଛି । ଏହା କିଛି ମାତ୍ରାରେ ସଫଳ ହୋଇ ସାରିଛି । ତାଙ୍କ ଜିମ୍‌ ହାଉସ୍‌ ପଶ୍ଚିମ ଓଡ଼ିଶାର ସବୁଠୁ ବଡ଼ ଓ ଫେମସ୍‌ ଜିମ୍‌ ହାଉସ୍‌ ହୋଇଥିବା ବେଳେ ଅନ୍ୟ ଜିମ୍‌ ଠୁ ସୁବିଧା ସୁଯୋଗ ବି ତାଙ୍କ ଜିମ୍‌ରେ ଅଧିକ ରହିଛି । ଏଥି ସହିତ କ୍ଲାଇଣ୍ଟ୍‌ ମାନେ ମଧ୍ୟ ଅଧିକ ରହିଛନ୍ତି । ଆହୁରି ଯେ, ଜିମ୍‌ ସହ ଶୁଭମ୍‌ଙ୍କ ବ୍ୟବସାୟ ବଢ଼ିବାରେ ଲାଗିଲା । ଶୁଭମ୍‌ ପୁଣି ଆଉ ଏକ ପାଦ ଆରମ୍ଭ କରିଥିଲେ ତଥା ଅତ୍ୟାଧୁନିକ ସ୍କାଏ ଲଂଚ୍‌ କାଫେ ପ୍ରତିଷ୍ଠା କରି ସେଥିରେ ବି ସେ ବେଶ୍‌ ଲାଭବାନ ହୋଇପାରିଛନ୍ତି । ଶୁଭମ୍‌ଙ୍କ ଏହି ସ୍କାଏ ଲଂଚ୍‌ କାଫେ ସାରା ଓଡ଼ିଶାରେ ଫେମସ୍‌ ଥିବା ବେଳେ ଏହାକୁ ଓଡ଼ିଶା ତ ଓଡ଼ିଶା, ବିଦେଶରୁ ବି ଖାଇବାକୁ ଆସନ୍ତି । ଆଉ ଖୋଲା ଆକାଶ ତଳେ ବସି ଏହି ସ୍କାଏ ଲଂଚ କାଫେର ଟେଷ୍ଟି ଟେଷ୍ଟି ଖାନା ଖାଆନ୍ତି । ଶୁଭମଙ୍କ ସାଇ ଡେଭ୍‌ଲପର୍ସ ନାମକ ଏକ କନ୍‌ଷ୍ଟ୍ରକ୍‌ସନ୍‌ ବ୍ୟବସାୟ ମଧ୍ୟ ରହିଛି ।

ଏହା ମଧ୍ୟ ଜିଲ୍ଲାବାସୀଙ୍କୁ ଏକ ପ୍ରକାରର ସାହାଯ୍ୟ କରୁଛି । ଏହାରି ଭିତରେ ଏଇ କିଛି ଦିନ ହେବ ଶୁଭମ୍‌ଙ୍କ ଦମ୍‌ଦାର ବ୍ୟବସାୟ ବୁଦ୍ଧି ତଥା ଷ୍ଟାଇଲ୍‌ ଯୋଗୁଁ ଇଣ୍ଟିଆର୍‌ ଟଫ୍‌ ୫୦ ଉଦ୍ୟୋଗୀ ଭିତରୁ ଶୁଭମ୍‌ଙ୍କୁ ଚୟନ କରାଯାଇଥିଲା ଓ ସମ୍ମାନିତ କରାଯାଇଥିଲା, ଯେଉଁଥି ପାଇଁ ଆଜି ବଲାଙ୍ଗିର ତଥା ସାରା ଓଡ଼ିଶା ମାଟି ଗର୍ବ ଓ ଗୌରବ ପାଇଛି ।

Leave A Reply

Your email address will not be published.